ବାପ୍‌ରେ କି ଶକ୍ତି ! ସବୁଜ ପତ୍ର ମିଳିଲାନି, କେବଳ ୩୮ ସେକେଣ୍ଡରେ ବିଶାଳ ଗଛକୁ ଉପାଡ଼ିଦେଲା ହାତୀ

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଳୀ ୨୭/୧୨:  ରାଗରେ ଏକ ବିଶାଳ ଗଛକୁ କେବଳ ୩୮ ସେକେଣ୍ଡରେ ଉପାଡ଼ି ଫୋପାଡ଼ି ଦେଲା ହାତୀ। ଏହି ଭିଡିଓ ଏବେ  ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହାତୀର ଏଭଳି ଶକ୍ତିକୁ ନେଇ କେହି କେହି ଜେସିବି ବୋଲି କହୁଛନ୍ତି ତ ଆଉ କେହି ବାହୁବଳୀ ବୋଲି କହୁଛନ୍ତି।

ତେବେ ଏହି ଭିଡିଓକୁ ପ୍ରଥମେ ଜଣେ ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓ ସେୟାର ହେବାର କେଇ ଘଣ୍ଟା ମଧ୍ୟରେ ତାହା ଭାଇରାଲ୍ ହୋଇଥିଲା। ଏହି ଭିଡିଓ ଦେଖିବା ପରେ ଲୋକେ ପଚାରିଛନ୍ତି ହାତୀ ବିଶାଳ ଗଛକୁ ଉପାଡ଼ିବା ପଛର କାରଣ କଣ। ଏହାର  ଜବାବରେ ଜଣେ ୟୁଜର ଲେଖିଛନ୍ତି ହାତୀଟି ସବୁଜ ପତ୍ର ଖାଇବାକୁ ଗଛକୁ ଚଢ଼ିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଶୁଣ୍ଢ ନପାଇବାରୁ ରାଗରେ ହାତୀଟି ଗଛକୁ ଉପାଡ଼ିଦେଲା।

wp:embed {"url":"https://twitter.com/susantananda3/status/1342434011528892418","type":"rich","providerNameSlug":"twitter","responsive":true,"className":""}
https://twitter.com/susantananda3/status/1342434011528892418
/wp:embed

ଅନ୍ୟପଟେ ଜଣେ ୟୁଜର ହାତୀର ଶକ୍ତିକୁ ଦେଖି ତାକୁ ଜେସିବି ମେସିନ୍‌ ସହ ତୁଳନା କରିଛନ୍ତି । ତେବେ ଏହି ଭିଡିଓ କେଉଁଠୁ କଏଦ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ହାତୀ ଆଫ୍ରିକାନ୍‌ ବୁଲ୍‌ ପ୍ରଜାତିର ଏବଂ ବହୁ ଶକ୍ତିଶାଳୀ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.