କୋଭିଡ୍ ଭାଇରସର ଅନ୍ତ ପାଇଁ ଜାପାନୀଙ୍କ ପ୍ରାର୍ଥନା : ବିଶାଳକାୟ ବୁଦ୍ଧ ମୂର୍ତ୍ତି ପିନ୍ଧିଲେ ୩୫ କିଲୋ ଓଜନର ଫେସ୍ ମାସ୍କ

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/ ୦୬ : ବିଶ୍ବରେ କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପନ୍ଥା ଜାରି ରହିଛି । କୋଭିଡକୁ ରୋକିବା ପାଇଁ ଭ୍ୟାକସିନ ହିଁ ଏକମାତ୍ର ବିକଳ୍ପ ବୋଲି ବିଶ୍ବର ବଡ ବଡ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । କିନ୍ତୁ ଜାପାନରେ କୋଭିଡ ରୋକିବା ପାଇଁ ଏକ ନିଆରା ପଦକ୍ଷେପ ନିଆଯାଇଛି ।


ସଂକ୍ରମଣ ରୋକିବା ପାଇଁ ବିଶାଳ ଏକ ବୁଦ୍ଧ ମୂର୍ତ୍ତିରେ ଲଗାଯାଇଛି ୩୫ କେଜି ଓଜନର ଫେସ ମାସ୍କ୍‌ । ୧୩.୫ ଫୁଟ ଏବଂ ୧୭.୪ ଫୁଟ ଲମ୍ବରେ ତିଆରି ଏହି ମାସ୍କ ଜାପାନର ଫୁକୁସୀମା ଅଞ୍ଚଳରେ ଥିବା ବୁଦ୍ଧ ମୂର୍ତ୍ତିଙ୍କ ମୁହଁରେ ଲଗାଯାଇଛି । ବିଶ୍ବାସ ରହିଛି ଯେ, ଏହା ଦ୍ବାରା କରୋନା ସଂକ୍ରମଣ କମିବ ।


ବିଶାଳକାୟ ଏହି ଷ୍ଟାଚ୍ୟୁ ୩୩ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା । ପ୍ରଭୁ ବୁଦ୍ଧ କୋଳରେ ଏକ ଶିଶୁକୁ ମଧ୍ୟ ଧରିଛନ୍ତି । ଏହା ପଛରେ ଏକ କାରଣ ମଧ୍ୟ ରହିଛି । ଗର୍ଭବତୀମାନଙ୍କ ସହଜରେ ପିଲାଜନ୍ମ ହେବା ଏବଂ ସେମାନଙ୍କ ଦୀର୍ଘ ଜୀବନ କାମନା ପାଇଁ ଏପରି କରାଯାଇଥିବା ସୂଚନା ମିଳିଛି । ମନ୍ଦିର ପରିଚାଳକ ଟାକୋମି ହୋରିଗାନ କହିଛନ୍ତି ଯେ, ଫେବୃଆରୀରେ ହୋଇଥିବା ଭୂକମ୍ପରେ ଏହି ପ୍ରତିମୂର୍ତ୍ତିର ପୁନରୁଦ୍ଧାର ବେଳେ କାମ କରିବାକୁ ଆସିଥିବା ଶ୍ରମିକମାନେ ଫେସ୍ ମାସ୍କ ଲଗାଇବାକୁ କହିଥିଲେ । ଜାପାନରେ COVID-19 ପରିସ୍ଥିତି ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ସେମାନେ ମୂର୍ତ୍ତି ଉପରେ ମାସ୍କ ରଖିଯିବ ବୋଲି ହୋରିଗାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.