Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦିଲ୍ଲୀ ହାଲ୍‌ ବେହାଲ୍‌: ସ୍ବଚ୍ଛ ବାୟୁ ପାଇଁ ମେସିନ୍‌ ଭରସା, ପୂର୍ବ ଦିଲ୍ଲୀରେ ଲାଗିଲା ଆଉ ଏକ ବିଶାଳ ବାୟୁ ବିଶୋଧକ ଯନ୍ତ୍ର

12/11/2020 at 10:24 PM

ନୂଆଦିଲ୍ଲୀ ୧୨/୧୧:  କରୋନା ମହାମାରୀ ସାଙ୍ଗକୁ ବାୟୁ ପ୍ରଦୂଷଣ ସାଧାରଣ ଜୀବନ ଯାତ୍ରାକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ। ଦିଲ୍ଲୀରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବାୟୁ ପ୍ରଦୂଷଣ କଥା ନକହିବା ଭଲ। ଏବେ ବାୟୁର ମାନ ଅତି ଖରାପ ଥିବା ବେଳେ ଦୀପାବଳି ଦିନ ଏହା ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଯଦିଓ ଦିଲ୍ଲୀ ସରକାର ନଭେମ୍ବର ୭ରୁ ୩୦ ପର୍ଯ୍ୟନ୍ତ ବାଣ କ୍ରୟ-ବିକ୍ରୟ ଉପରେ ରୋକ ଲଗାଇଛନ୍ତି କିନ୍ତୁ ଦୀପାବଳି ରାତିରେ ଦିଲ୍ଲୀରେ ବାୟୁର ମାନ ଅତି ଖରାପ ହୋଇଯିବ ବୋଲି ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ  ଦିଲ୍ଲୀର ବାୟୁର ମାନ ୩୧୪ ଏକ୍ୟୁଆଇ ରେକର୍ଡ କରାଯାଇଛି। ଯାହାକି ବୁଧବାର ୩୪୪ ଓ ମଙ୍ଗଳବାର ୪୭୬ ଏକ୍ୟୁଆଇ ଥିଲା ବୋଲି ଜଣାପଡ଼ିଛି। ତେବେ ନଭେମ୍ବର ୪ରୁ ନଭେମ୍ବର ୯ ପର୍ଯ୍ୟନ୍ତ ୬ ଦିନ ଲଗାତର ବାୟୁର ମାନ ଅତି ଖରାପ ରହିଥିବା ନେଇ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ଡାଟାରୁ ଜଣାପଡ଼ିଛି।

ସେ ଯାହା ହେଉ ଦିଲ୍ଲୀର ପଡ଼ୋଶୀ ସହର ଫରିଦାବାଦ, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା ଓ ଗୁରୁଗ୍ରାମରେ ମଧ୍ୟ ବାୟୁର ମାନ ଖରାପ ରହିଛି। କିନ୍ତୁ ଦିଲ୍ଲୀରେ ବାୟୁର ମାନରେ ପରିବର୍ତ୍ତନ ଦୀପାବଳି ପରେ ପରେ ହେବ ବୋଲି ଆକଳନ କରାଯାଇଛି।

ବାୟୁ ପ୍ରଦୂଷଣ ମାତ୍ରା ଏତେ ଅଧିକ ଯେ ଶ୍ବାସକ୍ରିୟା କରିବାରେ ମଧ୍ୟ କଷ୍ଟ ହେଉଥିବା କୁହାଯାଉଛି। ଏହାକୁ ନଜରରେ ରଖି ଦିଲ୍ଲୀରେ ମେସିନ୍‌ ମାଧ୍ୟମରେ ବାୟୁକୁ ପରିଷ୍କାର କରାଯାଉଛି। ପୂର୍ବ ଦିଲ୍ଲୀରେ ଏକ ବିଶାଳ ବାୟୁ ବିଶୋଧକ ଯନ୍ତ୍ର ଲାଗିଥିବା ବେଳେ ଆଉ ଦୁଇଟି ଖୁବଶୀଘ୍ର ଲଗାଯିବାକୁ ଥିବା ଜଣାପଡ଼ିଛି। ତେବେ ଏନେଇ ବିଜେପି ସାଂସଦ ଗୌତମ ଗମ୍ଭୀର ସୂଚନା ଦେଇଛନ୍ତି।

ଗୋଟିଏ ବାୟୁ ବିଶୋଧକ ଲାଗିଥିବା ବେଳେ ଅନ୍ୟଟି ସପ୍ତାହେ ପରେ ଓ ଆଉ ଗୋଟିଏ ଆଉ ଏକ ସପ୍ତାହ ପରେ ଲଗାଯିବ। ଏହି ବିଶାଳ ବାୟୁ ବିଶୋଧକ ୧୨ ଫୁଟ୍‌ର ହୋଇଥିବା ବେଳେ ୧୦୦୦ ବର୍ଗ ମିଟର ସ୍ଥାନ ନେଉଛି।  ପ୍ରତିଦିନ ଗୋଟିଏ ମେସିନ୍‌ ୨ ଲକ୍ଷ କ୍ୟୁବିକ୍‌ ମିଟର ସ୍ବଚ୍ଛ ବାୟୁ ଡେଲିଭର କରୁଛି। ତେବେ ଏହା ପୂର୍ବରୁ ଏମିତି ଏକ ମେସିନ୍‌ ପାଇଲଟ୍‌ ପ୍ରୋଜେକ୍ଟ ଜରିଆରେ ଲଜପତ ନଗରର ସେଣ୍ଟ୍ରାଲ ମାର୍କେଟରେ ଗୌତମ ଗମ୍ଭୀରଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା।  

   Related Posts