Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ପାଖିଙ୍କ ହାତରେ ଲାଗିଲା ନିଲ୍‌ଙ୍କ ନାମର ମେହେନ୍ଦୀ, ଇନ୍‌ଷ୍ଟଗ୍ରାମରେ ସେୟାର କଲେ ଫଟୋ…

29/11/2021 at 3:34 PM

ନୂଆଦିଲ୍ଳୀ ୨୯।୧୧ :  ଟେଲି ଧାରାବାହିକ ଷ୍ଟାର ପ୍ଲସ୍‌ର ସିରିଏଲ୍‌ ଗୁମ୍‌ ହେ କିସି କେ ପ୍ୟାର ମୈଁ ର ଫେମ୍‌ ନିଲ୍‌ ଓ ପତ୍ରଲେଖା ଆସନ୍ତା କାଲି ବିବାହ ବନ୍ଧନରେ ବାନ୍ଧି ହେବେ । ସିରିଏଲ୍‌ରେ ଅଧୁରା ରହିଯାଇଥିବା ପ୍ରେମ କାହାଣୀ ରିୟଲ ଲାଇଫ୍‌ରେ ପୁରା ହେବାକୁ ଯାଉଛି । ହେଲେ, ଯଦି ଆମେ ବାସ୍ତବ ଜୀବନ ବିଷୟରେ କଥା ହେବା, ତେବେ ଦୁହେଁ ପରସ୍ପର ଉପରେକୁ ଖୁବ୍‌ ଭଲ ପାଆନ୍ତି । ସେମାନଙ୍କ ବିବାହର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା । ଏହି ସିରିଏଲ୍‌ ଆରମ୍ଭ ହେବାର ମାସେ ପରେ ଦୁହେଁ ନିର୍ବନ୍ଧ କରି ନେଇଥିଲେ ।

ବର୍ତ୍ତମାନ ବିବାହ ଦିନ ପାଖେଇ ଆସୁଥିବାରୁ ଐଶ୍ବଯ୍ୟା ଶର୍ମା ଏବଂ ନୀଲ ଭଟ୍ଟଙ୍କ ପରିବାର ମେହେନ୍ଦୀ ସଂଗୀତରେ ବ୍ୟସ୍ତ ଅଛନ୍ତି। ଏହାକୁ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ମେହେନ୍ଦୀ ଲଗାଉଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ଷ୍ଟୋରୀରେ ସେୟାର କରିଥିବା ଅନେକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।  

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ଏବଂ ନୀଲ ଭଟ୍ଟ ମଧ୍ୟପ୍ରଦେଶରେ ପାରମ୍ପରିକ ଭାବେ ବିବାହ କରିବେ । ବିବାହ ପରେ ଏହି ନବ-ଦମ୍ପତି ମୁମ୍ବାଇରେ ନିଜ ସାଙ୍ଗମାନଙ୍କ ପାଇଁ ଏକ ବଡ ରିସେପସନ୍ ପାର୍ଟି କରିବେ । ବିବାହ ପାଇଁ ଉଜୈନ ଯିବା ପୂର୍ବରୁ ଐଶ୍ୱର୍ଯ୍ୟା ଶର୍ମା ତାଙ୍କ ସାଙ୍ଗମାନଙ୍କ ସହିତ ମୁମ୍ବାଇରେ ବ୍ୟାଚଲର ପାର୍ଟୀ କରିଥିଲେ। ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ସେୟାର କରି ଅଭିନେତ୍ରୀ ଏହି ବିଷୟରେ ସୂଚନା ମଧ୍ୟ ଦେଇଥିଲେ । ଏଭଳି ପରିସ୍ଥିତିରେ, ଏହି ଦୁଇଜଣଙ୍କର ଅନସ୍କ୍ରିନ ପ୍ରେମ କାହାଣୀରେ ପୁନଃଚ୍ଛେଦ ପଡିଲା ପରେ ଅଫ୍‌ସ୍କ୍ରିନ୍‌ ରେ ଆଗକୁ ବଢିଛି ।

   Related Posts