ସିରିଏଲ୍ 'ଗୁମ୍ ହେ କିସିକେ ପ୍ୟାର୍ ମେଁ'ର ଅଭିନେତା ନିଲ୍ ଭଟ୍ଟଙ୍କୁ କରୋନା, ସୁଟିଂ ବନ୍ଦକଲେ ନିର୍ମାତା

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ ୧୨/୦୩: ଷ୍ଟାର୍ ପ୍ଲସ୍ ସିରିଏଲ୍ 'ଗୁମ୍ ହେ କିସିକେ ପ୍ୟାର୍ ମେଁ' ର ଫେମସ୍ ଅଭିନେତା ନିଲ୍ ଭଟ୍ଟଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଗତକାଲି ତାଙ୍କର କରୋନା ରିପୋର୍ଟ ପଜେଟିଭ ଆସିବାପରେ ପ୍ରଡକ୍ସନ୍ ହାଉସ ସୁଟିଂ ବନ୍ଦ କରିଦେଇଛି । ଏଥି ସହ ଶୋ’ର ନିର୍ମାତା ରାଜେଶ ରାମ ସିଂ ଏହା ସତ୍ୟ ବୋଲି ନିଶ୍ଚିତ କରିଛନ୍ତି । ଶୋ’ରେ ହୋଲି ପାଇଁ ସୁଟିଂ ଚାଲିଥିବାବେଳେ ଗତକାଲି ନୀଲଙ୍କର କିଛି ଲକ୍ଷଣ ଦେଖାଯାଇଥିଲା । ଏହା ପରେ ସେ ପ୍ରଡକ୍ସନ୍ ହାଉସକୁ ଜଣାଇଥିଲେ । ଯାହା ପରେ ତୁରନ୍ତ ସୁଟିଂ ବନ୍ଦ କରାଯାଇଥିଲା । ପରେ ପରେ ସେଟରେ ଥିବା ସମସ୍ତ କଳାକାର ଏବଂ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା ।

नील भट्ट, ऐश्वर्या शर्मा

ବର୍ତ୍ତମାନ ତାଙ୍କର ଅନୁପସ୍ଥିତିରେ ପ୍ରଡକ୍ସନ୍ ଅନ୍ୟ ଏକ ଟ୍ରାକରେ କାମ କରୁଛି । ହୋଲିର ସିକ୍ୱେନ୍ସକୁ ସ୍ଥଗିତ ରଖାଯାଇଛି । ପ୍ରଡକ୍ସନ୍ ହାଉସ ପାଖରେ ବ୍ୟାଙ୍କ ଏପିସୋଡ୍ ନ ଥିବାରୁ ନିଲ୍ ଶୀଘ୍ର ଭଲ ହୋଇଯାନ୍ତୁ ବୋଲି କାମନା କରିଛନ୍ତି । ଗତ କିଛିଦିନ ହେବ ଐଶ୍ୱର୍ଯ୍ୟା ଏବଂ ନୀଲ ରୋକା ସମାରୋହର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ସରପ୍ରାଇଜ୍ ଦେଇଥିଲେ । ସେ ଇନଷ୍ଟାଗ୍ରାମରେ ଲେଖିଥିଲେ, ‘ବର୍ତ୍ତମାନ ଆମେ ସାରାଜୀବନ ପାଇଁ ଏକାଠି ହୋଇଗଲୁ ।‘

नील भट्ट, ऐश्वर्या शर्मा

ଟିଭି ସିରିଏଲ୍ 'ଗୁମ୍ ହେ କିସିକେ ପ୍ୟାର୍ ମେଁ' ରେ ଆଇପିଏସ୍ ଅଫିସର୍ ବିରାଟ ଚୌହାନଙ୍କ ଚରିତ୍ରରେ ନିଲ ଭଟ୍ଟ ଅଭିନୟ କରୁଥିବା ବେଳେ ଐଶ୍ୱର୍ଯ୍ୟା ଶର୍ମା ପାଖି ଭୂମିକାରେ ଅଭିନୟ କରୁଛନ୍ତି । ପ୍ରାରମ୍ଭରେ ଉଭୟଙ୍କ ପ୍ରେମ କାହାଣୀ ସିରିଏଲରେ ଦେଖାଯାଇଥିଲା, କିନ୍ତୁ ପରେ ପାଖିଙ୍କ ବିବାହ ବିରାଟଙ୍କ ବଡ ଭାଇ ସମ୍ରାଟଙ୍କ ସହ ହୋଇଯାଇଥିଲା । ତେବେ ବାସ୍ତବ ଜୀବନରେ ବିରାଟ ଏବଂ ପାଖି ବର୍ତ୍ତମାନ ଏକାଠି ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.