Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଗୁଲାମ୍‌ ନବୀ ଆଜାଦଙ୍କ ଜମ୍ମୁ ଗସ୍ତ : ଦଳକୁ ମଜବୁତ କରିବାକୁ ସାମିଲ ହେବେ G-୨୩ ନେତା, କିନ୍ତୁ ପିଛା ଛାଡୁନି ଦଳୀୟ କନ୍ଦଳ

26/02/2021 at 4:04 PM

ନୂଆଦିଲ୍ଲୀ ୨୬/୦୨ : ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପ​‌ରେ ଏବଂ ସଂସଦରୁ ବିଦାୟ ନେବାପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍ ନିଜ ଗୃହ ରାଜ୍ୟ ଜମ୍ମୁ-କାଶ୍ମୀରକୁ ୩ ଦିନିଆ ଗସ୍ତ କରିଛନ୍ତି । ଗୁଲାମ୍‌ ନବୀ ଆଜାଦ ଏପରି ସମୟରେ ଜାମ୍ମୁ-କାଶ୍ମୀର ଯାଇଛନ୍ତି ଯେତେବେଳେକି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିଏ. ମୀର୍‌ ପାର୍ଟିକୁ ମଜବୁତ କରିବା ଦିଗରେ ଲାଗିପଡିଛନ୍ତି । ଆଜାଦଙ୍କ ବ୍ୟତିତ ଜି-୨୩ର ଅନେକ ନେତା ଜାମ୍ମୁ-କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ସଂସଦରୁ ବିଦାୟ ନେବା ପରେ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତରେ ଅଛନ୍ତି ଗୁଲାମ ନବୀ ଆଜାଦ୍‌ । G-୨୩ର କିଛି ନେତାମାନେ ମଧ୍ୟ ଶନିବାର କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା, ବିବେକ୍‌ ତଂଖା, କପିଲ ଶିବଲ୍‌, ମନୀଷ ତିଓ୍ବାରୀ ଏବଂ ଅଖିଳେଶ ସିଂହ ଅଛନ୍ତି ।

ତେବେ ଗ୍ଲୋବାଲ୍‌ ଗାନ୍ଧୀ ଫୋରମ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକମ୍ରରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଏବଂ ରାଜ୍ୟର ପ୍ରଭାରୀଙ୍କୁ ଡକାଯାଇନାହିଁ । ଯାହାକି କଂଗ୍ରେସ ମଧ୍ୟରେ ଥିବା ଦଳୀୟ କନ୍ଦଳକୁ ପଦାରେ ପକାଇଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିଏ. ମୀର୍‌ଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସେ କିନ୍ତୁ ଦଳକୁ ମଜବୁତ କରିବା ଦିନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଜାରି ରଖିଛନ୍ତି । ତେବେ ଆଗାମୀ ଦିନରେ ଜାମ୍ମୁ-କାଶ୍ମୀର ରାଜନୀତିରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍‌ଙ୍କ ଏଣ୍ଟ୍ରି ହେବ ବୋଲି ଚର୍ଚ୍ଚା ହେଉଛି ।

   Related Posts