Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କ୍ୟାପଟେନଙ୍କ ପଥ ଅନୁସରଣ କରୁଛନ୍ତି କି ଆଜାଦ ? କଂଗ୍ରେସ ଛାଡି ନୂଆ ଦଳ ଗଢିବା ନେଇ କଳ୍ପନା ଜଳ୍ପନା

4/12/2021 at 10:50 AM

ଶ୍ରୀନଗର ୦୪/୧୨: କ୍ୟାପଟେନଙ୍କ ପରେ ଏବେ ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡିବା ନେଇ କଳ୍ପନା ଜଳ୍ପନା ଦେଖାଦେଲାଣି । କାରଣ ର୍ବତନ ରାଜ୍ୟସଭା ସାଂସଦ ଯିଏ ପାର୍ଟିରେ ଅସନ୍ତୁଷ୍ଟ ଗୋଷ୍ଠୀରେ ଅଛନ୍ତି । ଖୁବ୍ ଶୀଘ୍ର ନିଜର ଦଳ ଗଢିବେ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘଦିନର ନୀରବତାକୁ ଭାଙ୍ଗିଛନ୍ତି ଆଜାଦ । ଆଉ କଂଗ୍ରେସକୁ ସମାଲୋଚନା ବି କରିଛନ୍ତି ।

ପୁଞ୍ଚରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ୨୦୨୪ ନିର୍ବାଚନରେ ​​କଂଗ୍ରେସ ୩୦୦ ଟି ଆସନ ଜିତିପାରିବ ନାହିଁ । ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାରକୁ ନେଇ ସଂସଦରେ ତାଙ୍କର ଦୃଢ ବିରୋଧ ପରେ ଆଜାଦ କହିଛନ୍ତି ଯେ ତାଙ୍କର ଗୋଟିଏ ଦାବି ରାଜ୍ୟର ପୁନରୁଦ୍ଧାର ଏବଂ ବିଧାନସଭା ନିର୍ବାଚନ । ଧାରା ୩୭୦ ଉପରେ ଦେଇଥିବା ବିବୃତ୍ତି ପାଇଁ ଗୁଲାମ ନବୀ ଆଜାଦ ସର୍ବଦା ଚର୍ଚ୍ଚିତ ଥିଲେ ।

ଜାମ୍ମୁ କାଶ୍ମୀର କଂଗ୍ରେସରେ ଗୁଲାମ ନବୀ ଆଜାଦଙ୍କ ପ୍ରାୟ ୨୦ ଜଣ ବିଶ୍ୱସ୍ତ ଗତ ଦୁଇ ସପ୍ତାହ ମଧ୍ୟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ନେତାମାନେ ସେମାନଙ୍କ ଇସ୍ତଫା ପତ୍ରରେ ଗୁଲାମ ଅହମ୍ମଦ ମୀରଙ୍କୁ ରାଜ୍ୟ ୟୁନିଟ୍ ମୁଖ୍ୟ ଭାବେ ହଟାଇବା ସହିତ କଂଗ୍ରେସରେ ବ୍ୟାପକ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠାଇଛନ୍ତି । ଜାମ୍ମୁ କାଶ୍ମୀର କଂଗ୍ରେସ ଉପାଧ୍ୟକ୍ଷ ଜେ.ଏନ୍ ମୋଙ୍ଗା କହିଛନ୍ତି, ଦଳ ଭିତରେ କିଛି ସମସ୍ୟା ଅଛି ବୋଲି ଆମେ ଦଳ ହାଇକମାଣ୍ଡକୁ ଜଣାଇଛୁ । ଆମେ ସେହି ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ ।

   Related Posts