Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ସିବଲଙ୍କ ପରେ ମୁହଁ ଖୋଲିଲେ ଗୁଲାମ ନବି ଆଜାଦ, କହିଲେ- ପାର୍ଟିରେ ହାଇକମାଣ୍ଡଙ୍କଠୁ ନେଇ ପ୍ରତି ସ୍ତରରେ ନିର୍ବାଚନ ଜରୁରୀ

22/11/2020 at 7:24 PM

ନୂଆଦିଲ୍ଲୀ ୨୨।୧୧: କଂଗ୍ରେସରେ ଅନ୍ତଃକହଳ ଏବେ ପଦାକୁ ବାହାରିବାରେ ଲାଗିଛି। ବିହାର ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତୃତ୍ଵକୁ ନେଇ ସ୍ଵର ଉଠିବାରେ ଲାଗିଛି। କପିଲ ସିବଲଙ୍କ ପରେ ଏବେ ପାର୍ଟିର ବରିଷ୍ଠ ନେତା ଗୁଲାମ ନବି ଆଜାଦ ନିଜ ସ୍ଵରକୁ ଆହୁରି ଶାଣିତ କରିଛନ୍ତି। ସେ ରବିବାର କହିଛନ୍ତି, ଗତ ୭୨ ବର୍ଷରେ କଂଗ୍ରେସ ସବୁଠୁ ନିମ୍ନସ୍ତରରେ ରହିଛି। ସ୍ଥିତି ଏମିତି ଯେ, ଗତ ଦୁଇଟି କାର୍ଯ୍ୟକାଳରେ ଲୋକସଭାରେ ବିରୋଧୀ ଦଳ ନେତା ପଦ ମଧ୍ୟ ଖାଲି ରହିଛି।

ଗୁଲାମ ନବି ଆଜାଦ କହିଛନ୍ତି, ଆମ ପାର୍ଟିର ବ୍ଲକସ୍ତରରେ, ଜିଲ୍ଲାସ୍ତରରେ ଲୋକଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଆମ ପାର୍ଟିରେ ଯେବେ କେହି ପଦାଧିକାରୀ ହେଉଛନ୍ତି ତେବେ ଲେଟର ପ୍ୟାଡ୍‌ରେ ଆଙ୍ଗୁଠି ଛାପ ଦେଉଛନ୍ତି। ଭିଜିଟିଙ୍ଗ କାର୍ଡ ତିଆରି କରି ଦେଉଛନ୍ତି। ବାସ୍ ଏହା ପରେ ସେମାନେ ଭାବୁଛନ୍ତି ଆମର କାମ ଶେଷ ହୋଇଗଲା। କିନ୍ତୁ ପାର୍ଟିର କର୍ମକର୍ତ୍ତା ହେବା ପରେ ତାଙ୍କର ପ୍ରକୃତ କାମ ସେହି ଦିନଠୁ ଆରମ୍ଭ ହୋଇଯାଏ।

ଗୁଲାମ ନବି ଆଜାଦ କହିଛନ୍ତି, ମୁଁ କରୋନା ମହାମାରୀ କାରଣରୁ ଗାନ୍ଧୀଙ୍କୁ କ୍ଲିନ ଚିଟ୍‌ ଦେଉଛି। କାରଣ ସେ ଏବେ କିଛି କହି ପାରିବେ ନାହିଁ। ସଂଗଠନ ସୁଦୃଢ ପାଇଁ ଆମେ କରିଥିବା ଦାବିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।  ଅଧିକାଂଶ ଦାବି ଉପରେ ଦଳ ସହମତି ପ୍ରକାଶ କରିଛି। ଯଦି ଦଳ ରାଷ୍ଟ୍ରୀୟ ବିକଳ୍ପ ଚାହୁଁଛି ଓ ପାର୍ଟିର ପୁନର୍ଜୀବିତ ଚାହୁଁଛି ତେବେ ନେତୃତ୍ଵକୁ ନେଇ ନିର୍ବାଚନ କରାଇବା ଉଚିତ୍। ପାର୍ଟିର ପ୍ରତିସ୍ତରରେ ନିର୍ବାଚନର ଜରୁରୀ ରହିଛି।

ଗୁଲାମ ନବି କହିଛନ୍ତି, ଆମ ପାର୍ଟିର ସଂଗଠନ ଭୁଶୁଡି ପଡିଛି। ଆମକୁ ଆମର ଯୋଗାଯୋଗ ପୁନଃସ୍ଥାପନ କରିବାର ଆବଶ୍ୟକତା ରହିଛି। ମାତ୍ର କେବଳ ଏହା କହି ଦେଲେ ଚଳିବ ନାହିଁ ଯେ ନେତା ବଦଳିଗଲେ  ଆମେ ବିହାର, ୟୁପି, ଏମପି ନିର୍ବାଚନ ଜିତିନେବୁ। ଏମିତି ଭାବିବା ସଂପୂର୍ଣ୍ଣ ଭୁଲ।

ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ପାର୍ଟି ନେତୃତ୍ଵର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ତାଙ୍କୁ ଦଳର ଅନେକ ନେତା ଦୃଢ ସମାଲୋଚନା କରିଥିଲେ। ସେ ଏସବୁର ଜବାବ ରଖି କହିଛନ୍ତି ସେ କର୍ମକର୍ତ୍ତାଙ୍କ ସ୍ଵର ଉଠାଇବାକୁ ଚେଷ୍ଟା କରିଛନ୍ତି।

   Related Posts