Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବାରିପଦାରେ ଭୌତିକ କାଣ୍ଡ, ଘର ଉପରେ ଶୂନ୍ୟରୁ ପଡୁଛି ପଥର : ପୋଲିସ ଘଟଣାସ୍ଥଳରେ ସବୁ ଦେଖି ମଧ୍ୟ କିଛି କରିପାରିଲାନି, ଘର ଲୋକେ ତାନ୍ତ୍ରିକଠୁ ନେଇଛନ୍ତି ପରାମର୍ଶ

27/05/2019 at 3:22 PM

ବାରିପଦା୨୭|୫: ଘର ଉପରେ ଶୂନ୍ୟରୁ ହେଉଛି ପଥର ବର୍ଷ।। ଅଞ୍ଚଳବାସୀଙ୍କ ମନରେ ଖେଳିଯାଇଛି ଆତଙ୍କ। ହେଲେ ଏ ପଥର କେଉଁ ଆଡୁ ଆସୁଛି, କି କିଏ ଫିଙ୍ଗୁଛି ତାର କିଛି ପତ୍ତା ମିଳୁନାହିଁ। ପିଲାଛୁଆଙ୍କୁ ନେଇ ଘରେ ରହିବା ଅସମ୍ଭବ ହୋଇ ସାରିଲାଣି।

ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଫିରୋଜ୍ ଖାନ୍ ଙ୍କ ଘରେ ଗତକାଲି ଠାରୁ ଦେଖାଦେଇଛି ଏଭଳି ଭୌତିକ କାଣ୍ଡ। ଯାହାକୁ ନେଇ ପରିବାର ତଥା ସାହିପଡିଶାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ନାହିଁ ନଥିବା ଆଶଙ୍କା ମଧ୍ୟରେ ରହିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ଫିରୋଜଙ୍କ ପତ୍ନୀ ବାହାରେ ବସିଥିବା ସମୟରେ ଏପରି ପଥର ପଡିବା ଆରମ୍ଭ ହୋଇ ଯାଇଥିଲା। ତେବେ ପ୍ରଥମେ ଏଭଳି କାଣ୍ଡ କେହି ଜାଣିଶୁଣି କରୁଥିବାର ସନ୍ଦେହ କରିଥିଲେ ଘରଲୋକେ। କିନ୍ତୁ କିଛି ସମୟ ପରେ ଏଭଳି ପଥରବର୍ଷ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିଥିଲା ବୋଲି କହିଛନ୍ତି ଫିରୋଜଙ୍କ ପତ୍ନୀ।

ଖବରପାଇ ପଡୋଶୀ ଲୋକଙ୍କ ଭିଡ ଜମିଥିଲା ଏବଂ ଫିରୋଜଙ୍କ ଘର ପାଖରେ  ସମସ୍ତଙ୍କ ସାମ୍ନାରେ ଏଭଳି କାଣ୍ଡ ବିଳମ୍ବିତ ରାତି ଯାଏଁ ଚାଲୁ ରହିଥିଲା। ଏହା କୌଣସି ଦୁର୍ବୃତ୍ତର କାମ ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମାତ୍ର ପୋଲିସ ଆସି ମଧ୍ୟ ସମାନ ଘଟଣା ଦେଖିଥିଲେ। ହେଲେ ପଥର ଆସୁଥିବା ଦିଗରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ଯାଇ ଦେଖିବା ପରେ କାହାରିକୁ ନ ପାଇ ପୋଲିସ ମଧ୍ୟ ଖାଲି ହାତରେ ଫେରିଯିବାକୁ ବାଧ୍ୟ ହୋଇଥିଲା।

ତେବେ ସବୁଠାରୁ ବଡକଥା ହେଲା ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଏହି ଅଞ୍ଚଳରେ ଘଟି ସାରିଛି। ମାତ୍ର ଗତକାଲିଠାରୁ ଏହି ପଥରବର୍ଷ। ମାତ୍ରାଧତ୍କ ହୋଇଛି। ପଥର ମାଡରେ ଫିରୋଜଙ୍କ  ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବାବଳେ ଭୟରେ କେହି ଘରୁ ବାହାରିବାକୁ ସାହସ କରୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ବାରିପଦା ଟାଉନ୍ ପୋଲିସ ଘଟଣାସ୍ଥଳରେ ତନ୍ନତନ୍ନ କରି ଖୋଜାଖୋଜି କରିବା ପରେ ମଧ୍ୟ ଘଟଣା ସମ୍ପର୍କରେ ସୁରାକ୍ ପାଇପାରିନାହିଁ। ତେଣୁ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ତାନ୍ତ୍ରିକ ଓ ମୌଲବୀଙ୍କୁ ଡାକି ଏ ରହସ୍ୟର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି। ତେବେ ଏ ବାବଦରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts