ପଞ୍ଚୁର ଭୂତ ମାଗୁଛି ବିଡି, ବିଡି ଖଣ୍ଡେ ପାଇଗଲା ପରେ ଠିକ ପଞ୍ଚୁ ଭଳି ହିଁ ଟାଣୁଛି...

Published By : Prameya-News7 Bureau | November 02, 2019 IST

ଅନୁଗୁଳ୨|୧୧: ମଣିଷ ଦେହରେ ଭୂତ ଲାଗୁଛି । ପ୍ରେତାତ୍ମା ସବାର ହେଉଛି, ତାକୁ କିଏ ମାରିଛି ତା ନାଁ ମଧ୍ୟ କହୁଛି। ଏମିତି ଏକ ଘଟଣା ଘଟିଛି ଅନଗୁଳ ନତଡା ଗାଁରେ। ନିକଟରେ ପ୍ରାଣ ହରାଇଥିବା ଜଣେ ଅବିବାହିତ ଯୁବକର ଆତ୍ମା ଗାଁର ମହିଳାମାନଙ୍କ ଠାରେ ସବାର ହେଉଥିବା ଅଭିଯୋଗ ହୋଇଛି ।ଆଉ ଲୋକଙ୍କ କହିବା କଥା ଯେଉଁ ମହିଳାଙ୍କ ଠାରେ ଏହି ପ୍ରେତାତ୍ମା ସବାର ହେଉଛି ସେହି ମହିଳା ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।….

{"id":178248}

ମୋତେ ମାରି ଦିଆଯାଇଛି । ପ୍ରଥମେ ହାତକୁ ପିଟିଲେ, ପରେ ମୁଣ୍ଡକୁ ବାଡେଇ ମାରିଦେଲେ ।  ମୋତେ ତିନି ଜଣ ମାରିଛନ୍ତି । ଜଣେ ଏଇ ସାମ୍ନାରେ ଅଛି । ମହିଳା ଜଣଙ୍କ ଏମିତି କେତେ କଣ ସବୁ ଗପିଯାଉଛନ୍ତି । ଆଉ ଏଠି ମଧ୍ୟ ସେଇ ସମାନ ଅବସ୍ଥା ।ମୁକୁଳା ଚୁଟି ଜଣେ ମହିଳା ସେମିତି ଗପି ଚାଲିଛନ୍ତି ।ନିଜକୁ ପଞ୍ଚୁ ବୋଲି କହୁଛନ୍ତି, ବିଡି ମାଗୁଛନ୍ତି । ଆଉ ବିଡ଼ି ଦିଆସିଲି ଦେବା ପରେ, ପୂରା ସେଇ ଠାଣିରେ ଟାଣୁଛନ୍ତି, ଯେମିତି ପଞ୍ଚୁ ଟାଣେ । ପଞ୍ଚୁ ଯାହାସବୁ କରେ ଏବେ ସେଭଳି ଆଚରଣ କରୁଛନ୍ତି ଗାଁର ଅନେକ ମହିଳା। ଆଉ ଏହି ଚିତ୍ରସବୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

{"id":178249}

 କଥା ହେଉଛି, ଗତ ସେପ୍ଟେମ୍ବର ୧୮ ତାରିଖରେ ଅନୁଗୋଳ ନତଡା ଗାଁର ମହାଦେବ ଖଟୁଆଙ୍କ ଅବିବାହିତ ପୁଅ ପଞ୍ଚାନନଙ୍କ ମୃତଦେହ ପଡୋଶୀଙ୍କ କୂଅରୁ ଉଦ୍ଧାର କରାଯାଇଥିଲା । ଏହା ପରଠାରୁ ଗାଁର ବିଭିନ୍ନ ମହିଳାଙ୍କ ଠାରେ ପଞ୍ଚାନନଙ୍କ ଆତ୍ମା ସବାର ହେଉଥିବା କୁହାଯାଉଛି ।ଏହାକୁ ନେଇ ଗାଁ ଲୋକେ ଆତଙ୍କିତ । ତେବେ ବିଶେଷଜ୍ଞ କହିଛନ୍ତି ଯେ ଏହାକୁ ସ୍ନାୟବିକ ଦୁର୍ବଳତା ।ମନରେ ଡର ରହିଥିବାରୁ ମହିଳାମାନେ ଏଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ।...

{"id":178250}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.