ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ପ୍ରେତାତ୍ମା ଆତଙ୍କ : Bigstory Followup

13/08/2018 at 11:12 AM

ଭଦ୍ରକ ୧୩/୮ : ଭୂତ ନା ଅନ୍ୟ କିଛି ଅଲୌକିକ ଶକ୍ତିର ପ୍ରଭାବ । ଗାଁ ପିଲାଙ୍କ ଠାରେ ଅସ୍ବାଭାବିକ ଲକ୍ଷ୍ୟଣ । ପ୍ରତିଷ୍ଠିତ ମେଡିକାଲରେ ନେଇ ଦେଖାଇଲେ । କିନ୍ତୁ ରିପୋର୍ଟ ନର୍ମାଲ୍ । ତଥାପି ପିଲାଙ୍କ ଠାରେ ଅସ୍ବାଭାବିକ ଲକ୍ଷ୍ୟଣ ଦେଖି ପୂରା ଗାଁ ଲୋକେ ଭୟଭୀତ । କେମିତି, କେଉଁଠି, କଣ ହୋଇଛି, ଦେଖନ୍ତୁ ନ୍ୟୁଜ୍ ସେଭେନର ଏକ୍ସକ୍ଲୁସିଭ୍ ରିପୋର୍ଟ ।
ଦେଖନ୍ତୁ ଏ ଦୃଶ୍ୟକୁ । କେମିତି ପିଲାଟି ଛାଟିପିଟି ହେଉଛି । ବିକଟାଳ ଶବ୍ଦ ବି କରୁଛି । କଣ ହୋଇଛି ତାର ? କାହିଁକି ସେ ଏମିତି ହେଉଛି ? ଆପଣ ଭାବୁଥିବେ ବୋଧ ହୁଏ ଏହା ବାତ ରୋଗ । କିନ୍ତୁ, ପ୍ରକୃତ କଥା କହିବାକୁ ଗଲେ, କେବଳ ଏହି ଗୋଟିଏ ପିଲା ନୁହେଁ, ଆ ବୟସର ଗାଁର ଅଧିକାଂଶ ପିଲାଙ୍କ ଠାରେ ଏମିତି ଅସ୍ବାଭାବିକ ଆଚରଣ ଦେଖାଦେଉଛି । ଗତକିଛି ଦିନ ହେଲା ପିଲାଙ୍କ ଠାରେ ଏମିତି ଆଚରଣ ଦେଖି, ସେମାନଙ୍କ ପରିବାର ଲୋକେ, ମେଡିକାଲକୁ ନେଇଥିଲେ । କିନ୍ତୁ କଣ ରେଜଲ୍ଟ ଆସିଛି ଶୁଣନ୍ତୁ …
ଭଦ୍ରକ ତିହିଡ଼ି ବ୍ଲକ୍ ଅନ୍ତର୍ଗତ ପୀରାହାଟ କାନପୁର ଗାଁର କିଶୋ-କିଶୋରୀଙ୍କ ଠାରେ ଗତ କିଛି ଦିନ ହେଲା ଏମିତି ଅସ୍ବାଭାବିକ ଲକ୍ଷ୍ୟଣ ଦେଖିବାକୁ ମିଳୁଛି । ବେହେରା ସାହି, ମାଝିସାହି, ଓ ଗୁହାରୀ ସାହିର କିଛି ପିଲାଙ୍କ ଠାରେ ଏମିତି ଲକ୍ଷ୍ୟଣ ଦେଖିବାକୁ ମିଳୁଛି । ଯାହାକୁ ଲୋକେ, ଭୂତ ପ୍ରେତର ପ୍ରଭାବ ବୋଲି କହୁଛନ୍ତି ।
କାହିଁକି ପିଲାଙ୍କ ଅବସ୍ଥା ହେଉଛି ? ଜଣେ କି ଦି ଜଣ ନୁହେଁ, ପ୍ରାୟ ଅଧିକାଂଶ ପିଲାଙ୍କ ଠାରେ ଏମିତି ଲକ୍ଷ୍ୟଣ ଦେଖିବାକୁ ମିଳୁଛି ? ଯଦି କିଛି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ, ତେବେ ପ୍ରକୃତ ସମସ୍ୟା କେଉଁଠି ? ଗାଁ ଲୋକେ କିନ୍ତୁ ପୂରା ଧର୍ମାନ୍ଧ ହୋଇଯାଇଛନ୍ତି । ତେବେ ଭୂତ ପ୍ରେତ ଭୟରେ କିଏ ଗୁଣିଗାରେଡିର ସାହାରା ନେଇଛି ତ କିଏ ଦେବାଦେବୀଙ୍କ ଭରସାରେ ପଡିଲାଣି
ଯଦି ପିଲାମାନଙ୍କ ସ୍ବାସ୍ଥ୍ୟରେ କୌଣସି ସମସ୍ୟା ନାହିଁ, ତେବେ କାହିଁକି ସେମାନଙ୍କ ଠାରେ ଏଭଳି ଅସ୍ବାଭାବିକ ଲକ୍ଷ୍ୟଣ ଦେଖିବାକୁ ମିଳୁଛି ? ଭୂତ, ପ୍ରେତ ହେଉ ବା ଅନ୍ୟ କୌଣସି ଅଲୌକିକ ଶକ୍ତିର ପ୍ରଭାବ, ଏଭଳି ପରିସ୍ଥିତି କିନ୍ତୁ ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ।

   Related Posts