Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଏମିତି ଗୋଟିଏ ଦେଶଅଛି ଯେଉଁଠି ଭୂତଙ୍କର ବିବାହ ଆୟୋଜନ ହୁଏ: ସ୍ଵର୍ଗବାସୀ ବର ପାଇଁ ମୃତ କନ୍ୟା କିଣିବାକୁ ପଡ଼େ

1/01/2019 at 9:02 PM

ଚୀନ୍ ୧/୧- ଜିନିଷର ଆବଶ୍ୟକତା ପଡ଼ିଲେ ବଜାରରୁ କିଣାଯାଇଥାଏ । ହେଲେ ଏମିତି କିଛି ଜିନିଷଥାଏ ଯାହା ବଜାରରୁ କିଣିବା ପାଇଁ ମିଳି ନଥାଏ । ପଶ୍ଚିମ ଚୀନର ଏକ ଅଂଚଳରେ ମୃତଝିଅମାନଙ୍କୁ କିଣିବାର ପ୍ରଥା ରହିଛି । ମୃତଝିଅଙ୍କୁ କିଣିବାର କାରଣ କଣ ଥାଇପାରେ ଆସନ୍ତୁ ଜାଣିବା ।

ଚୀନର ଏହି ଅଂଚଳରେ ଭୂତଙ୍କର ବିବାହ ଅନୁଷ୍ଠିତ ହୋଇଥାଏ । ମୃତ୍ୟୁ ହୋଇଯାଇଥିବା ଅବିବାହିତ ପୁରୁଷର ବିବାହକୁ ଖୁବ ଧୁମଧାମରେ କରାଯାଇଥିାଏ ।

ଏହି ଅଂଚଳରେ ପରମ୍ପରା ଅନୁସାରେ ମୃତ୍ୟୁ ହୋଇଥିବା ଅବିବାହିତ ପୁରୁଷର ଆତ୍ମାର ସଦଗତି ପାଇଁ ଏପରି କରିବାକୁ ହୋଇଥାଏ । ଏହି ପ୍ରଥାକୁ ପ୍ରାୟ ସବୁ ପରିବାରର ଲୋକ ମାନିଥାନ୍ତି । ଏହି ଅଂଚଳରେ ଏହା ପ୍ରଥାଭାବି ସମସ୍ତେ ମୃତ୍ୟୁହୋଇଥିବା ପୁଅର  ଭୂତବିବାହ ଅନୁଷ୍ଠିତ କରାଇଥାନ୍ତି ।

ସବୁଠୁ ବଡ଼ ମଜାଦାର କଥାହେଲା, ମୃତ ପୁଅର ବାହାଘର ଜଣେ ମୃତକନ୍ୟା ସହ କରାଯାଏ । ଏହି ମୃତକନ୍ୟା ଖୋଜିବାକୁ ପଡ଼ିଥାଏ । ଯଦି କେହି ଅବିବାହିତ କନ୍ୟାର ମୃତ୍ୟୁହୋଇଥାଏ ,ତା ହେଲେ ଏହି ଅଂଚଳର ଲୋକ ଯେତେ ଟଂକା ହେଲେ ବି କିଣିଥାନ୍ତି । ଏହି କନ୍ୟାକୁ ଆଣି ନିଜମୃତ ପୁଅ ସହିତ ବିବାହ କରାଇଥାନ୍ତି । ଏହି ଭୂତ ବାହାଘର କରାନଗଲେ, ମୃତ୍ୟୁ ହୋଇଥିବା ବ୍ୟକ୍ତିର ଆତ୍ମା ସନ୍ତୁଷ୍ଟ ହୁଏନାହିଁ ବୋଲି ବିଶ୍ଵାସ ରହିଛି । ଏହା ଅନ୍ଧବିଶ୍ଵାସ ହେଲେ ବି ଆଜି ଦିନଯାଏଁ ସେଠାକାର ଲୋକ ମାନି ଚଳିଥାନ୍ତି ।

   Related Posts