Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭୂତ ଛଡାଇ ନେଉଛି ସିନ୍ଦୁର, ବିବାହ ପରେ ହିଁ ଆସୁଛି ବିପଦ: ଭୂତ ଭୟରେ ଘର ତାଡି ନେଇ ଗାଁ ଛାଡିଲେ ୫ ପରିବାର

8/06/2020 at 4:54 PM

ରଣପୁର, ୦୮|୦୬: ଏକ ବିଂଶ ଶତାବ୍ଦୀରେ ମଧ୍ୟ ଅନେକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ । ଏହି ଗାଁରେ ପୁରଷମାନେ ବିବାହ କରିବା ପାପ । ବିବାହର କିଛି ଦିନ ପରେ ଚାଲିଯାଉଛି ଜୀବନ । ପରିସ୍ଥିତି ଏପରି ଯେ ଭୂତ ଭୟରେ ଗାଁ ଛାଡିବାକୁ ବାଧ୍ୟ ହେଲେଣି ଗ୍ରାମବାସୀ । ଏହି ଘଟଣା ଆଉ କେଉଁଠି ନୁହେଁ ରାଜଧାନୀଠୁ ମାତ୍ର ୬୦ କିମି ଦୂରରେ ଥିବା ନୟାଗଡର ରଣପୁରର ଗୁଣ୍ଡୁରାବାରି ଗ୍ରାମରେ ସମସ୍ତଙ୍କୁ ଚକିତ କରିଛି ।

ସୂଚନାନୁସାରେ, ଏହି ଗାଁରେ ଦୀର୍ଘ ବର୍ଷ ଧରି ୫ଟି ହରିଜନ ପରିବାର ବସବାସ କରୁଥିଲେ । କିନ୍ତୁ ଏହି ଗାଁରେ ଯେଉଁ ପୁରୁଷମାନେ ବିବାହ କରୁଥିଲେ ସେମାନେ କିଛି ଦିନ ପରେ ରକ୍ତବାନ୍ତିର ଶିକାର ହୋଇ ମୃତ୍ୟୁମୁଖରେ ପଡୁଥିଲେ । ଏହା ଏକ ଭୌତିକ କାଣ୍ଡ ବୋଲି ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି । ଏହି ଭୟ ପାଇଁ ଗାଁରେ ରହୁଥିବା ଛବି ନାୟକ, ଗଦାଧର ନାୟକ, ଶରତ ନାୟକଙ୍କ ପରିବାର ଲୋକେ ନିଜ ଘରର କବାଟ ଝରକାକୁ ତାଡି ଚାଲିଯାଇଛନ୍ତି ।

ଏକ ବିଂଶ ଶତାବ୍ଦୀରେ ଏହି ସବୁ ଅନ୍ଧବିଶ୍ୱାସଠୁ ଦୂରରେ ରହିବାକୁ ଗାଁର କିଛି ଭଦ୍ର ଲୋକ ବୁଝାଉଥିଲେ ମଧ୍ୟ ଏହି ୫ଟି ପରିବାର ଲୋକେ କିନ୍ତୁ ବୁଝୁନାହାଁନ୍ତି । ଏପରିକି ସେମାନେ ଏହାର ନିବାରଣ ପାଇଁ କୌଣସି ଏକ ଗୁଣିଆକୁ ଏହି ବାବଦରେ ପ୍ରଶ୍ନ କରିଥିଲେ । ଗୁଣିଆ ମଧ୍ୟ ଗାଁରେ କୌଣସି ପୁରୁଷ ରହିବେନି ବୋଲି କୁଆଡେ କହିଥିଲା ।

   Related Posts