ଢେଙ୍କାନାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଭୂତ ! ଭୂତ କଥା ବି ହେଉଛି, ଏ ପୋଲିସ ବାବୁଙ୍କ ଠାରୁ ସେ ପୋଲିସ ବାବୁଙ୍କ ପାଖକୁ ଯାଉଛି !! ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | February 14, 2019 IST

ଢେଙ୍କାନାଳ୧୪|୨: ଢେଙ୍କାନାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଭୂତ । ଭୂତ କଥା ବି ହେଉଛି । ଏ ପୋଲିସ ବାବୁଙ୍କ ଠାରୁ ସେ ପୋଲିସ ବାବୁଙ୍କ ପାଖକୁ ଯାଉଛି । ନେହୁରା ହେଉଛି । ଏପରିକି ଦରମା ମଧ୍ୟ ମାଗୁଛି । ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ତେବେ କିଏ ସେହି ଭୂତ ? ଦେଖନ୍ତୁ ଏହି ରିପୋର୍ଟ ।

{"id":85294,"width":598,"height":329}

୪ ମାସ ହେବ ମରି ସାରିଥିବା ଲୋକଟି ଆଜି ଏସପି ଅଫିସକୁ ଆସିଛି । ତେବେ ଘଟଣା ପଛର କାରଣ ଖୋଜୁ ଖୋଜୁ ପୋଲିସ ବିଭାଗର ମନମାନୀ, ବେଖିଆଲ, ବେପରୁୱା ମନୋଭାବର ଏମିତି କିଛି ଚିତ୍ର ଆମ ନଜରକୁ ଆସିଲା, ଯାହାକୁ ଶୁଣିଲେ ଆପଣ ବି ଥମ୍ ହୋଇ ବସିଯିବେ ।

{"id":85295,"width":592,"height":326}

ସ୍କ୍ରିନ ଉପରେ ଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ସାନ୍ଦା ପୋଲିସ ଫାଣ୍ଡିର ଗ୍ରାମରକ୍ଷୀ କାଙ୍ଗାଳୀ ନାଏକ । ୪ ମାସ ହେବ ସେ ଦରମା ନ ପାଇଁ ଫାଣ୍ଡିରୁ ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ୁଥିବା ବେଳେ, ପୋଲିସ ବାବୁମାନେ କିନ୍ତୁ ସେ ମରିଯାଇଥିବା କହିଛନ୍ତି । ମାନେ ମୋଟ୍ ଉପରେ ଦେଖିବାକୁ ଗଲେ କାଙ୍ଗାଳୀ ବଞ୍ଚି ଥାଉ ଥାଉ ଫାଇଲ ତଳେ ସମାଧି ନେଇଛନ୍ତି ।

{"id":85296,"width":594,"height":334}

ତେବେ ଅନ୍ୟ ଜଣେ ଗ୍ରାମରକ୍ଷୀଙ୍କ ୪ ମାସ ପୂର୍ବେ ମୃତ୍ୟୁ ଘଟିସାରିଥିଲେ ମଧ୍ୟ ଏବେ ବି ତାଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଏଭଳି ଘଟଣାକୁ ବେଶ ହାଲୁକା ଭାବେ ନେଇଛନ୍ତି  ଅତିରିକ୍ତ ଏସପି ।

{"id":85300,"width":601,"height":338}

ପ୍ରଥମେ ଚୋରି, ପରେ ସିନା ଜୋରି । ଢେଙ୍କାନାଳ ପୋଲିସର ଏଭଳି ପାରିବାପଣିଆକୁ କଣ ଯେ କୁହାଯିବ, ତାର ଉତ୍ତର ଆମେ ଆପଣଙ୍କ ଉପରେ ଛାଡ଼ୁଛୁ । 

{"id":85301,"width":595,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.