Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରାଜଧାନୀରେ ଭୂତ ଆତଙ୍କ : ଦେଖିବାପରେ ରଡିଛାଡି କାନ୍ଦିଲେ ଛୋଟପିଲା, ଦେଖନ୍ତୁ ଭିଡିଓ

2/01/2019 at 3:00 PM

ଭୁବନେଶ୍ବର ୨|୧: ନୂଆବର୍ଷକୁ ସ୍ବାଗତ କରିବାରେ ରାଜଧାନୀବାସୀ ମସଗୁଲ ଥିବାବେଳେ ଏବେ ଭୂତ ଆତଙ୍କ ନିଦ ହଜେଇ ଦେଇଛି । ସାଧାରଣତଃ ଭୂତ ପ୍ରେତ ଅଂଧାର ରାତିରେ ବାହାରନ୍ତି ବୋଲି ବିଶ୍ବାସ ରହିଛି । ହେଲେ ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଭୂତ ଚଳ ପ୍ରଚଳ କରୁଛି । ଏହା ଯେତିକି ଆତଙ୍କ ସୃଷ୍ଟି କରିଛି ସେତିକି କୌତୂହଳ ବି ସୃଷ୍ଟି କରିଛି ।

ରାଜଧାନୀରେ ସ୍ପଷ୍ଟ ଦିବାଲେକରେ ଦେଖାଯାଇଥିବା ଏହି ଭୂତର ସମଗ୍ର ଶରୀର କଳା କପଡାରେ ଢାଂକି ହୋଇ ରହିଥିବାବେଳେ କେବଳ ମୁହଁ ଅଂଶଟି ଦେଖାଯାଉଛି । ମୁହଁ ଅଂଶଟି ସମ୍ପୂର୍ଣ୍ଣ ଧଳା ଦେଖାଯାଉଥିବା ଦେଖିଥିବା ଲୋକେ କହିଛନ୍ତି । ମୋବାଇଲ କ୍ୟାମେରାରେ ମଧ୍ୟ କିଛି ଲୋକ ଭୂତର ଫଟୋ ଉତ୍ତୋଳନ କରିଛନ୍ତି । ସାଧାରଣ ଲୋକଙ୍କଠାରୁ ଭୂତର ଉଚ୍ଚତା ଟିକେ ଅଧିକ ରହିଛି ।

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ମଧ୍ୟରେ ଭୂତ ଚଳ ପ୍ରଚଳ କରିଥିବା ଦେଖିବାକୁ ମିଳିଥିଲା । ଭୂତ କାନ୍ଧରେ ଏକ ବଡ ଅଖା ମୁଣିରେ କିଛି ଜନିଷ ବି ଧରିଥିଲା । ଭୂତକୁ ଦେଖିବାପରେ କିଛି ଛୋଟ ପିଲା ଚିତ୍କାର କରି କାନ୍ଦିଥିଲେ । ସାଧାରଣ ଲୋକ ନିଜ ଆଖିକୁ ପ୍ରଥମେ ବିଶ୍ବାସ କରିପାରିନଥିଲେ । ଭୂତ କାହାକୁ ଚାହୁଁନଥିଲା କି କାହାର କିଛି ଅସୁବିଧା କରୁନଥିଲା । ମଝିରେ ମଝିରେ ଭୂତ କେବଳ କଳା କପଡାରେ ତା ମୁହଁକୁ ଢାଂକି ଦେଉଥିଲା ।

ଭୂତକୁ ଦେଖିବାପରେ ଆତଙ୍କିତ ଲୋକେ ସାମ୍ବାଦିକଙ୍କୁ ଫୋନ କରି ଜଣାଇଥିଲେ । ନ୍ୟୁଜ ସେଭେନର ରିପୋର୍ଟ କିଶନ ବରେଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୋବାଇଲରେ ଭୂତର ଗତି ବିଧି ରେକର୍ଡ କରିବାକୁ ଉଦ୍ୟମ କରିଥିଲେ । ଏହି କାହାଣୀ ସହ ଭିଡିଓ ମଧ୍ୟ ଅପଲୋଡ ହୋଇଛି । ଭିଡିଓରେ ଦେଖନ୍ତୁ କିଭଳି ଭୂତ ବିନଦାସ ବୁଲୁଛି ରାଜଧାନୀର ରାଜ ରାସ୍ତାରେ ।

ଭୂତର ଚିତ୍ର ଉତ୍ତୋଳନ ପରେ ରିପୋର୍ଟର କିଶନ ବରେଇ ଖୋଜିଥିଲେ ଭୂତ ପଛର କାହାଣୀ । ପ୍ରକୃତ କଥା ହେଲା ନିର୍ଦ୍ଦେଶକ ସଂଜୟ ନାୟକଙ୍କ ଆଗାମୀ ଚଳଚ୍ଚିତ୍ରର ଏକ ଦୃଶ୍ୟ ପାଇଁ ସୁଟିଂ ଚାଲିଥିଲା । ସେଥିପାଇଁ ଅଭିନେତା ଚନ୍ଦନ ଏମିତି ବେଶରେ ବୁଲୁଥିଲେ ରାମ ମନ୍ଦିର ଅଂଚଳରେ । ଫିଲ୍ମଟିର ନାଁ ହେଉଛି ‘ତୋ ପାଇଁ ଫେରିବି ବସୁଧା ଚିରି’ । ଫିଲ୍ମରେ ନାୟକ ଚନ୍ଦନ ହୋଇଥିବାବେଳେ ନାୟିକା ହେଉଛନ୍ତି ନବାଗତା ନମ୍ରତା । ଫିଲ୍ମର ମୁଖ୍ୟ ଦୃଶ୍ୟ ସବୁ ରାମୋଜୀ ଫିଲ୍ମ ସିଟିରେ ସରିଥିବାବେଳେ କିଛି ବାକି ଦୃଶ୍ୟର ସୁଟିଂ ଚାଲିଥିଲା ଆଜି ।

ସୂଚନା ଯୋଗ୍ୟ ଯେ, ତୋ ପାଇଁ ଫେରିବି ବସୁଧା ଚିରି ସଂଜୟ ନାୟକଙ୍କ ୩୪ ତମ ଚଳଚ୍ଚିତ୍ର । ଏହାର ପ୍ରଯୋଜନା କରିଛନ୍ତି ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ଶରତ ପ୍ରିୟା ପାଟ୍ଟଯୋଷୀ । ଫିଲ୍ମରେ ଚନ୍ଦନ ଓ ନମ୍ରତାଙ୍କ ବ୍ୟତୀତ ଖଳ ନାୟକ ଚରିତ୍ରରେ ଦେଖାଦେବେ ଶ୍ରୀତମ ଦାସ । ପ୍ରେମାନଞ୍ଜନ ପରିଡା, ବିଜୁ ବଡଜେନା, ସରୋଜ ଦାସ ଆଦି ଅଭିନେତାମାନେ ମଧ୍ୟ ଏଥିରେ ଅଭିନୟ କରିଛନ୍ତି ।

ଫିଲ୍ମର କାହାଣୀ ଅନୁସାରେ ଜଣେ ଆଦିବାସୀ ଯୁବକ ଜଣେ ଫିଲ୍ମ ଅଭିନେତ୍ରୀଙ୍କ ବଡ ପ୍ରଶଂସକ ହୋଇଯାଏ । ତାପରେ ସେ ଅଭିନେତ୍ରୀଙ୍କୁ ଭେଟିବା ପାଇଁ ସହରକୁ ଆସେ । ସହରରେ ତା ପାଇଁ ତିଆରି ହୁଏ ଈର୍ଷାର ପାଚେରୀ ବହୁ ଘାତ ପ୍ରତିଘାତ । ମୁଖ୍ୟ ଚରିତ୍ର ଆଦିବାସୀ ଯୁବକ ଭୂମିକାରେ ଅଭିନୟ କରିଛନ୍ତି ଚନ୍ଦନ । ଫିଲ୍ମର ଦୁଇଟି ଗୀତ ପଞ୍ଚାନନ ନାଏକ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ସମ୍ପୂର୍ଣ୍ଣ ମନୋରଂଜନ ଧର୍ମୀ ହେଲେ ମଧ୍ୟ ଏହା େକ ଭିନ୍ନ ସ୍ବାଦର ଫିଲ୍ମ ହେବ ବୋଲି ଆଶା କରାଯାଉଛି ।

   Related Posts