ପ୍ରେତାତ୍ମା ଖୋଲୁଛି ମୃତ୍ୟୁର ରହସ୍ୟ ! ‘ଆତ୍ମହତ୍ୟା ନୁହେଁ, ମୋତେ ମାରି ଦିଆଯାଇଛି’

Published By : Prameya-News7 Bureau | June 13, 2020 IST

ଆନନ୍ଦପୁର, ୧୩|୦୬: କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ଥାନା ଖଡିପାଳ ଗାଁରେ ଗତ ୧୦ ତାରିଖ ସକାଳୁ ଆମ୍ବତୋଟାରୁ ଜଣେ ନାବାଳକଙ୍କ ମୃତଦେହ ମିଳିଥିଲା । ନାବାଳକଜଣଙ୍କ ହେଉଛନ୍ତି ଜିତେନ୍ଦ୍ର ନାୟକ । ତେବେ ଜିତେନ୍ଦ୍ରଙ୍କ ମୃତ୍ୟୁ କିପରି ହୋଇଥିବା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏବେ ମୃତଦେହ ମିଳିବା ଘଟଣାର ରହସ୍ୟ ଉପରୁ ପରଦା ଉଠାଉଛି ପ୍ରେତାତ୍ମା ।

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆମେ ଏଠାରେ କୌଣସି ଅନ୍ଧବିଶ୍ୱାସ, ଭୂତ ପ୍ରେତକୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରୁନାହୁଁ । ଯାହା ଗ୍ରାମରେ ଘଟିଛି ତାହା ହିଁ ବୟାନ କରାଯାଉଛି । ସୂଚନାନୁସାରେ  ଠାକୁରମୁଣ୍ଡା ଥାନା ଜଡୀପଦା ଗାଁର ବାବୁଲା ନାୟକଙ୍କ ପୁଅ ଜିତେନ୍ଦ୍ର ଖଡିପାଳ ଗାଁରେ ନିଜ ଭଉଣୀ ଅନୂସୟା ବେହେରା ଓ ଜଗବନ୍ଧୁ ବେହେରାଙ୍କ ଘରେ ରହି ପାଠ ପଢୁଥିଲେ । କିନ୍ତୁ ଗତ ୯ ତାରିଖ ରାତିରେ ଜିତେନ୍ଦ୍ରଙ୍କ ଫୋନ ରିଙ୍ଗ୍ ହୋଇଥିଲା । ସେ ଫୋନରେ କାହାସହ କଥାହେବା ପରେ  ବାହାରକୁ ଚାଲିଯାଇଥିଲେ । ୧୦ ତାରିଖ ସକାଳୁ ତାଙ୍କର ମୃତଦେହ ମିଳିଥିଲା।  ବେକରେ ନିଜ ପିନ୍ଧା ପୋଷାକ ଗୁଡାଇ ସେ ଆତ୍ମହତ୍ୟା କରିଥିବା ସମସ୍ତେ ସନ୍ଦେହ କରିଥିଲେ । ପୋଲିସ ମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

 ଏବେ ଜିତେନ୍ଦ୍ରଙ୍କ ମୃତ୍ୟୁର ୫ ଦିନ ବିତିଯାଇଛି । କିନ୍ତୁ ମୃତ୍ୟୁ ନେଇ ଦୀର୍ଘ ୫କିମି ଦୂରତା ଶାସନଠାରେ ଜଣେ ସମ୍ପକୀୟ ପିଉସୀ ଦେହରେ ଜିତେନ୍ଦ୍ରଙ୍କ ପ୍ରେତାତ୍ମା ଲାଗି ତାକୁ ମାରି ଦିଆଯାଇଥିବା କହିଛି । ଏପରିକି ପ୍ରେତାତ୍ମା ଜିତେନ୍ଦ୍ରର ଖଡିପାଳ ଗାଁରେ ଜଣେ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବା ମଧ୍ୟ କହିଛି । ଯାହାର ପ୍ରମାଣ ମିଳିଛି ତାଙ୍କ ଭଉଣୀ ଅନୁସୟାଙ୍କୁଠାରୁ । ସେହି ଝିଅର ପରିବାର ଲୋକଙ୍କ  ଜିତେନ୍ଦ୍ରଙ୍କ ମୃତ୍ୟୁ ପଛରେ ହାତଥିବା ପ୍ରେତାତ୍ମା କହୁଥିବା ସୂଚନା ମିଳିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି ।  ଅନ୍ୟପଟେ ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ  ଜିତେନ୍ଦ୍ରଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ଦିଗରେ ପୋଲିସ ଯଥା ସମ୍ବବ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.