ସ୍କୁଲରେ ଭୂତ ! ପାଠପଢା ଚାଲିଥିବା ବେଳେ ଛାତ୍ରୀଙ୍କୁ ଲାଗିଲା ଭୂତ… ଦେଖନ୍ତୁ ଭିଡିଓ
23/10/2019 at 9:15 AM

ବ୍ରହ୍ମପୁର ୨୩।୧୦: ଗଞ୍ଜାମ ବୁଗୁଡା ବାଲିପଦର ବାଳିକା ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଠ ପଢା ଚାଲିଥିବା ବେଳେ କିଛି ଛାତ୍ରୀଙ୍କୁ ଲାଗିଲା ଭୂତ । ଫଳରେ ଭୂତ ଭୟରେ ପାଠ ପଢା ଅଧାରୁ ବନ୍ଦ ରହିଛି ।
ଦେଖନ୍ତୁ ଏହି ଭିଜୁଆଲକୁ । ଛାତ୍ରୀ ଜଣକୁ କୁଆଡେ ଭୂତ ଲାଗିଛି । କାହାକୁ ଜଣକୁ ନେବାକୁ ଆସିଛି ବୋଲି କହୁଛି । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରୀ ଜଣକୁ ଜାବୁଡି ଧରି ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛନ୍ତି । ସେପଟେ ଛାତ୍ରୀ ଜଣକୁ ଆସିଥିବା ଭୂତ ଉତ୍ତର ମଧ୍ଯ ଦେଉଛି ।
କହୁଛି ମୋତେ ମୋର ଗୁରୁ ପଠାଇଛି । ତେବେ ଗୁରୁ କିଏ, ଗୁରୁର ନାମ କଣ କହୁନାହିଁ । ଏପରିକି ମୋତେ କିଏ ମାରୁଛି ବୋଲି ଛାତ୍ରୀ ଜଣକ କହି କାନ୍ଦୁଥିବା ଦେଖିବାକୁ ମିଳିଛି ।
ଏହି ଦୃଶ୍ୟ ଦେଖିଲା ବେଳକୁ ଦେହ ଶୀତେଇ ଯାଉଛି । ସତରେ କଣ ଭୂତ ଆସିଛି କି, ନା ଆଉ କଣ ? କଣ ହୋଇଛି ଛାତ୍ରୀଙ୍କୁ ?