Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଭାରତର ଏହି ସ୍ଥାନରେ ପ୍ରତି ବର୍ଷ ହୋଇଥାଏ ଭୁତୁଣୀଙ୍କ ମେଳା : ଦୂର ଦୂରାନ୍ତରୁ ଭୁତୁଣୀ ଦେଖିବାକୁ ଆସିଥାଆନ୍ତି ଲୋକେ

23/03/2019 at 12:56 PM

ମିର୍ଜାପୁର ୨୩/୩: ଆପଣମାନେ ଏଯାଏଁ ଅନେକ ପ୍ରକାରର ମେଳା ଦେଖିଥିବେ କିନ୍ତୁ ଉତ୍ତରପ୍ରଦେଶର ମିର୍ଜାପୁରରେ ଏପରି ମେଳା ହୋଇଥାଏ ଯାହାକୁ ଦେଖିବାପାଇଁ ଲକ୍ଷ ଲକ୍ଷ ଲୋକ ଆସିଥାଆନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏଠାକୁ ଭୂତ-ପ୍ରେତ ଏବଂ ଗୁଣି ଗାରେଡ଼ିରୁ ମୁକ୍ତି ପାଇବା ପାଇଁ ଆସିଥାଆନ୍ତି। ଏହି ମେଳାରେ ଲୋକଙ୍କଠୁ ଅଧିକ ଭୂତ ପ୍ରେତ ଦେଖିବାକୁ ମିଳିଥାଆନ୍ତି।

ଏହି ମେଳାର ଆୟୋଜକଙ୍କ କହିବାନୁସାରେ ୩୫୦ବର୍ଷରୁ ଏହି ମେଳା ଏଠାରେ ହୋଇ ଆସୁଛି। ଏଠା​ରେ ଭୂତପ୍ରେତଙ୍କଠୁ ମୁକ୍ତି ମିଳିଥାଏ ଏବଂ ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ। ଅନ୍ଧବିଶ୍ବାସ ଭରିରହିଥିବା ଏହି ମେଳାକୁ ଭୂତଙ୍କ ମେଳା କୁହାଯାଇଥାଏ। ମିର୍ଜାପୁରର ଅହରୈାରା ଥାନା ଅଞ୍ଚଳର ବରହୀ ଗାଁର ବେଚୁବୀରରେ ଭୂତଙ୍କ ମେଳା ଲାଗିଥାଏ। ଏହି ମେଳାରେ ଭୂତଙ୍କ ଭିଡ଼ ଜମିଥାଏ । ଏହି ମେଳାକୁ ପହଞ୍ଚୁଥିବା ଲୋକେ ଦୁଇ କିଲୋମିଟର ଦୂରରେ ଥିବା ଭକ୍ସି ନଦୀରେ ସ୍ନାନ କରିବା ପରେ ନିଜର ବସ୍ତ୍ରକୁ ସେହି ନଦୀକୂଳରେ ରଖି ଆସିଥାଆନ୍ତି।

ଏହାପରେ ସେମାନେ ମେଳାକ୍ଷେତ୍ରରେ ଥିବା ବେଚୁବୀର ବାବାଙ୍କ ସମାଧିସ୍ଥଳକୁ ପହଞ୍ଚିଥାଆନ୍ତି। ଏଠାରେ ଲ​‌ଲୋକେ ଭୂତପ୍ରେତ ସମସ୍ୟାରୁ ମୁକ୍ତି ପାଇଥାଆନ୍ତି। ବିଶ୍ବାସ ରହିଛି ଯେ ସମାଧି ନିକଟରେ ଥିବା ଯଜ୍ଞ କୁଣ୍ଡରେ ଅଗ୍ନି ଚାଉଳ ପକାଇଲେ ଭୂତପ୍ରେତ ଛାଡ଼ିଯାଇଥାଏ। ସନ୍ତାନଙ୍କୁ ଆଶୀର୍ବାଦ ପ୍ରାପ୍ତି ଉଦ୍ଦେଶ୍ୟରେ ମଧ୍ୟ ସେମାନଙ୍କୁ ଏଠାକୁ ଅଣାଯାଇଥାଏ।    

   Related Posts