ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଘୋଡଲାଗି ବେଶ, କେବଳ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

Published By : Prameya-News7 Bureau | December 09, 2021 IST

ବ୍ରହ୍ମପୁର ୯।୧୨: ଗୁରୁବାର ମାର୍ଗଶୀର ମାସ ଶୁକ୍ଳପକ୍ଷ ଓଢଣୀ ଷଷ୍ଠୀରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ  ଘୋଡଲାଗି ବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ମାଘ ମାସ ଶୁକ୍ଳପକ୍ଷ ବସନ୍ତ ପଂଚମୀ ପୂର୍ବ ଦିନ ପର୍ଯ୍ୟନ୍ତ ଏହି ବେଶରେ ଦର୍ଶନ ଦେବେ ମହାପ୍ରଭୁ ଅଲାରନାଥ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମଣିଷ ଯେପରି ଶୀତ ବସ୍ତ୍ର ପରିଧାନ କରିଥାନ୍ତି, ସେହିଭଳି ମହାପ୍ରଭୁ ଅଲାରନାଥଙ୍କୁ ମଧ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ରେଶମ ବସ୍ତ୍ର ଦ୍ବାରା ମୁହଁକୁ ଛାଡି ଶରୀରକୁ ଘୋଡାଯାଇଛି । ଏହି ସମୟରେ ପାଖାପାଖି ୨ ମାସ ଭକ୍ତମାନେ ମହାପ୍ରଭୁଙ୍କ କେବଳ ମୁଖକୁ ଦର୍ଶନ କରିବେ ।

{"id":556946,"sizeSlug":"full","linkDestination":"none"}

ଗୁରୁବାର ଭୋର ୪ଟାରୁ ମନ୍ଦିର ଦ୍ବାର ଖୋଲାଯିବା ପରେ ମଙ୍ଗଳ ଆଳତୀ, ତଡପ ଲାଗି, ଅବକାଶ, ଚନ୍ଦନ ତୁଳସୀ ଲାଗି ସକାଳ ୬ଟା ମଧ୍ୟରେ ସମାପନ ହେବା ପରେ ସର୍ବସାଧାରଣ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସକାଳ ଧୂପ ଏବଂ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁ ଶୀତ ବସ୍ତ୍ର ପିନ୍ଧିଥିଲେ।  ଅପରାହ୍ନରେ ସ୍ଵତନ୍ତ୍ର କାକେରା ପିଠା ମହାପ୍ରଭୁଙ୍କୁ ଭୋଗ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.