Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

GHMC ନିର୍ବାଚନରେ କଂଗ୍ରେସକୁ ଦୁଇ ଆସନ, ପଦ ଛାଡ଼ିଲେ ତେଲେଙ୍ଗାନା ପିସିସି ସଭାପତି

4/12/2020 at 10:10 PM

ହାଇଦ୍ରାବାଦ ୦୪/୧୨: ହାଇଦ୍ରାବାଦ ନଗର ନିଗମ ନିର୍ବଚନ ଫଳାଫଳ ଘୋଷଣା ହୋଇଛି। ବିଜେପି ଦ୍ବିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଓଓ୍ବେସିଙ୍କ ପାର୍ଟି ଏଆଇଏମଆଇଏମ୍‌ ତୃତୀୟ ସ୍ଥାନକୁ ଖସିଛି। କଂଗ୍ରେସ ଦୁଇଟି ଆସନରେ ସନ୍ତୁଷ୍ଟ ରହିଛି। ରେଜଲ୍ଟ ଆସିବା ପରେ କଂଗ୍ରେସରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ଏନ ଉତ୍ତମ କୁମାର ରେଡ୍ଡି ଇସ୍ତଫା ଦେଇଛନ୍ତି। ଉତ୍ତମ କୁମାର ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି।

ଦେଶର ସବୁଠୁ ବଡ଼ ନଗର ନିଗମରୁ ଗୋଟିଏ ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ ସହ ୪୯ ସିଟ୍‌ରେ ବିଜୟ ହାସଲ କରିଛି। କେସିଆରଙ୍କ ଦଳ ଟିଆରଏସ୍‌ ୫୬ ଓ ଆସାଦୁଦ୍ଦିନ ଓଓ୍ବେସିଙ୍କ ପାର୍ଟି ଏଆଇଏମଆଇଏମ୍‌ ୪୩ ସିଟ୍‌ରେ ବିଜୟ ହାସଲ କରିଛି।

୧୫୦ ସିଟ୍‌ ବିଶିଷ୍ଟ ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ କେଉଁ ଦଳକୁ ବି ବହୁମତ ମିଳିନାହିଁ। ୨୦୧୬ରେ କେବଳ ୩ଟି ସିଟ୍‌ରେ ବିଜୟ ହାସଲ୍‌ କରିଥିବା ବିଜେପି ଏଥର ଭଲ ପଦର୍ଶନ କରିଛି। ବିଜେପିର ଦମଦାର ପ୍ରଦର୍ଶନ ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍‌ କରି ଖୁସି ଜାହିର କରିଛନ୍ତି।

   Related Posts