ସ୍ତ୍ରୀ ସହ ୩ନିରୀହ ଶିଶୁଙ୍କୁ ହତ୍ୟା କଲା ସ୍ବାମୀ, ସମ୍ପର୍କୀୟଙ୍କୁ ହ୍ବାଟ୍ସଆପରେ ଦେଲା ଖବର, ଚାକିରୀ ହରାଇବା ପରେ ଥିଲା ଚାପରେ

Published By : Prameya-News7 Bureau | April 22, 2019 IST

ଗାଜିଆବାଦ ୨୨/୪: ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଏବଂ ୩ ଶିଶୁଙ୍କୁ ଛୁରୀ ଭୁଷି ହତ୍ୟା କରିଛି। ହତ୍ୟା କରିବା ପରେ ସେ ଘରେ ତାଲା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯିବା ସହ ନିଜ ସମ୍ପର୍କୀୟଙ୍କୁ ହ୍ବାଟସଆପ୍ ଗ୍ରୃପ୍ ଦ୍ବାରା ହତ୍ୟାର ସୂଚନା ଦେଇ ଶବର ଭିଡିଓ ପଠାଇଛି। ଏହି ଗ୍ରୃପରେ ସେ ନିଜେ ଆତ୍ମହତ୍ୟା କରିବା କଥା ମଧ୍ୟ କହିଛି। ଗାଜିଆବାଦର ଇନ୍ଦିରାପୁରମର ଜ୍ଞାନଖଣ୍ଡ-୪ରେ ଏହି ଘଟଣା ଘଟିଛି । ଏହି ଜଘଣ୍ୟ ଘଟଣାର ଖବର ପାଇ ମୃତ ମହିଳାଙ୍କ ଭାଇ ବ୍ୟସ୍ତ ହୋଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଭଉଣୀ ଏବଂ ୩ଭଣଜା ଏବଂ ଭାଣିଜୀଙ୍କ ଶବ ପଡ଼ିଥିବାର ଦେଖିଥିଲେ।

{"id":106015,"width":594,"height":388}

ସୂଚନା ଅନୁସାରେ ଝାଡ଼ଖଣ୍ଡରର ଟାଟାନଗରରେ ରହୁଥିବା ସୁମିତ ସିଂହ ତାଙ୍କ ସ୍ତ୍ରୀ ଆଶୁ ବାଳା ଏବଂ ୩ ସନ୍ତାନଙ୍କ ସହ ଇନ୍ଦିରାପୁରମର ଜ୍ଞାନଖଣ୍ଡ-୪ରେ ରହୁଥିଲେ। ତିନି ସନ୍ତାନଙ୍କ ମଧ୍ୟରୁ ବଡ ପୁଅ ୭ବର୍ଷର ପ୍ରଥମ  ୪ବର୍ଷର ଝିଅ ଆକୃତି ଏବଂ ସବା ସାନ ପୁଅ ଆରବ । ଆକୃତି ଏବଂ ଆରବ ଯାଆଁଳା ଥିଲେ। ସୁମିତ ସିଂହ ବେଙ୍ଗାଲୁରୁରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଥିଲେ। ଡିସେମ୍ବର ମାସରେ ସେ ତାଙ୍କ ଚାକିରୀ ହରାଇଥିଲେ ଏବଂ ସେଦିନଠୁ ସେ ବେକାର ଥିଲେ। ରବିବାର ସନ୍ଧ୍ୟା ୬ଟାବେଳେ ସେ ତାଙ୍କ ପରିବାରର ହ୍ବାଟସଆପ୍ ଗ୍ରୃପରେ ସୂଚନା ଦେଇଥିଲେ ଯେ ସେ ତାଙ୍କ ସ୍ତ୍ରୀ ଏବଂ ୩ପିଲାଙ୍କ ହତ୍ୟା କରିଛନ୍ତି। ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଏହାପରଠୁ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି।

{"id":106016,"width":594,"height":384}

ସୂଚନା ମିଳିବା ପରେ ବସୁନ୍ଧରାରେ ରହୁଥିବା ସୁମିତଙ୍କ ଶଳା ପଙ୍କଜ ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଫ୍ଲାଟର କବାଟକୁ ଧକ୍କା ମାରି ଖୋଲି ସେଠାକାର ବାତାବରଣକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ। ବାହାର ରୁମରେ ଆକୃତି ଏବଂ ଆରବଙ୍କ ଶବ ପଡ଼ିଥିଲା ଏବଂ ଭିତର ରୁମରେ ଭଉଣୀଙ୍କ ରକ୍ତାକ୍ତ ଶରୀର ଚଟାଣରେ ପଡ଼ିଥଲା। ପୁଅ ପ୍ରଥମଙ୍କ ଶବ ମାଙ୍କ ପାଖରେ ଖଟ ଉପରେ ପଡ଼ିଥିଲା। ୩ଶିଶୁଙ୍କ ଗଳାରେ ଛୁରୀ ଭୁଷାଯାଇଥିଲା। କିନ୍ତୁ ମହିଳାଙ୍କ ଛାତି ଏବଂ ପେଟରେ ଛୁରୀ ଭୁଷାଯାଇଥିଲା। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଶବକୁ ନିଜ ହେପାଜତକୁ ନେଇଥିଲା ।

{"id":106017,"width":593,"height":333}

ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ଚାକିରୀ ହରାଇବାପରେ ମାନସିକ ସନ୍ତୁଳନ ହରାଇ ସୁମିତ ଏମିତି କରିଥିବା ଅନୁମାନ କରାଯାଉଛି । ବିନା ଚାକିରୀରେ ତିନି ଛୁଆ ଓ ସ୍ତ୍ରୀକୁ ଚଳାଇବାରେ ଘୋର ଅସୁବିଧା ଯୋଗୁଁ ପୂରା ପରିବାରକୁ ମାରି ସୁମିତ ଆତ୍ମ ହତ୍ୟା କରିଥିବା ଆଲୋଚନା ହେଉଛି । ତେବେ ସୁମିତର ଶବ ବା ସୁମିତକୁ ଏ ପର୍ଯ୍ୟନ୍ତ ଖୋଜା ଯାଇପାରିନାହିଁ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.