ଶ୍ମଶାନ ଘାଟରେ ଛାତ ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 03, 2021 IST

ନୂଆଦିଲ୍ଲୀ ୦୩/୦୧: ଗାଜିଆବାଦର ଏକ ଶ୍ମଶାନରେ ଛାତ ଭୁଶୁଡ଼ିବା ଘଟଣାରେ ଏବେ ସୁଦ୍ଧା ୨୩ ଜଣଙ୍କ ଜୀବନ ଗଲାଣି। ଲଗାତର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏବେ ସୁଦ୍ଧା ୩୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଗାଜିଆବାଦରେ ଘଟିଥିବା ଦୁଃଖଦ ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନ​ରେନ୍ଦ୍ର ମୋଦି। ରାଷ୍ଟ୍ରପତି କୋବିନ୍ଦ ଟ୍ବିଟରରେ ଲେଖିଛନ୍ତି, ‘ମରାଦନଗର, ଗାଜିଆବାଦରେ ଥିବା ଶ୍ମଶାନରେ ଛାତ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ମୁଁ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’

wp:embed {"url":"https://twitter.com/rashtrapatibhvn/status/1345704704358064128","type":"rich","providerNameSlug":"twitter","responsive":true,"className":""}
https://twitter.com/rashtrapatibhvn/status/1345704704358064128
/wp:embed

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ଉତ୍ତରପ୍ରଦେଶର ମୁରାଦନଗରରେ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଖବର ଅତ୍ୟନ୍ତ ମର୍ମାହତ କରିଛି। ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟରେ ତତ୍ପରତା ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’

wp:embed {"url":"https://twitter.com/narendramodi/status/1345710628392980485","type":"rich","providerNameSlug":"twitter","responsive":true,"className":""}
https://twitter.com/narendramodi/status/1345710628392980485
/wp:embed

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

wp:embed {"url":"https://twitter.com/ANINewsUP/status/1345663842173423616","type":"rich","providerNameSlug":"twitter","responsive":true,"className":""}
https://twitter.com/ANINewsUP/status/1345663842173423616
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.