ବୃଦ୍ଧଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ ଘଟଣା: ଟ୍ୱିଟର ଏମଡିଙ୍କୁ ଗାଜିଆବାଦ ପୋଲିସ ପଠାଇଲା ନୋଟିସ

Published By : Prameya-News7 Bureau | June 18, 2021 IST

ଲକ୍ଷ୍ନୌ ୧୮/୬ : ଗାଜିଆବାଦରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ ତଥା ନିର୍ଯାତନା ମାମଲାରେ ଟାର୍ଗେଟରେ ଟ୍ୱିଟର । ବାସ୍ତବରେ ଗାଜିଆବାଦ ପୋଲିସ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କୁ ନୋଟିସ ପଠାଇଛି । କୁହାଯାଉଛି ଯେ ଖୁବ ଶୀଘ୍ର ଟ୍ୱିଟରର ଦାୟିତ୍ୱବାନ ଅଧିକାରୀଙ୍କୁ ପ୍ରଶ୍ନ କରିବା ପାଇଁ ଗାଜିଆବାଦ ପୋଲିସ ପ୍ରସ୍ତୁତି ଚଳାଇଛି ।

ଗାଜିଆବାଦ ପୋଲିସ କହିଛି ଯେ ଯେତେବେଳେ ଠିକ୍ ସମୟରେ ସୂଚନା ଦିଆଯାଇଥିଲା, ମାଇକ୍ରୋ ବ୍ଲଗିଂ ସାଇଟ୍ କାହିଁକି ଭିଡିଓ ଭାଇରାଲ ହେବାରେ ରୋକି ନଥିଲା ? ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହା ଲେଖାଯାଇଛି ଯେ ପୋଲିସ ଷ୍ଟେସନ ଲୋନି ସୀମା ଜିଲ୍ଲା ଗାଜିଆବାଦରେ ୧୫୩, ୧୫୩A, ୨୯୫A, ୫୦୫, ୧୨୦B, 34 ଅନୁଯାୟୀ ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ଟ୍ୱିଟର INC ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

wp:gallery {"ids":[467681],"linkTo":"none"} /wp:gallery

ଏହାସହ ନୋଟିସରେ କୁହାଯଇଛି ଯେ ଟ୍ୱିଟର INC ମାଧ୍ୟମରେ ଲୋକମାନେ ନିଜ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ସମାଜ ମଧ୍ୟରେ ଘୃଣା ବ୍ୟାପିଥିବା ବାର୍ତ୍ତା ବିଷୟରେ କୌଣସି ଜ୍ଞାନ ଗ୍ରହଣ କରାଯାଇ ନାହିଁ । ଏକାସାଙ୍ଗରେ, ଦେଶ, ବିଦେଶର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସମନ୍ୱୟକୁ ପ୍ରଭାବିତ କରୁଥିବା କାର୍ଯ୍ୟ ବୃଦ୍ଧି ପାଇଛି । ଏ ବ୍ୟତୀତ ସାମାଜିକ ବିରୋଧୀ ବାର୍ତ୍ତା କ୍ରମାଗତ ଭାବରେ ଭାଇରାଲ ହେବାକୁ ଅନୁମତି ଦିଆଯାଇଛି ।

ସୂଚନା ଥାଉକି, ଏହି ଘଟଣାର ପୋଲିସ୍ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଘଟଣା ଘଟାଇଥିବା ଲୋକମାନେ ପୀଡିତଙ୍କ ସମ୍ପର୍କୀୟ ଥିଲେ । ପୀଡିତା ତାଙ୍କୁ ତାବିଜ୍ ବିକ୍ରିଥିଲେ। ଯେଉଁ ତାବିଜ ପିନ୍ଧିବା ପରେ କୌଣସି ଫଳ ନହେବାରୁ ରାଗିଯାଇ ସେମାନଙ୍କ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ତେବେ ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.