Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହିଁକି ନୃଶଂସଭାବେ ସ୍ତ୍ରୀ ଏବଂ ୩ପିଲାଙ୍କୁ ହତ୍ୟା କରିଥିଲେ ସଫ୍ଟଓ୍ବେୟାର ଇଞ୍ଜିନିୟର : ଜାଣନ୍ତୁ

23/04/2019 at 1:10 PM

ଗାଜିଆବାଦ ୨୩/୪: ନିଜ ପତ୍ନୀ ଏବଂ ୩ପିଲାଙ୍କୁ  କୋଲ୍ଡଡ୍ରିଙ୍କରେ ନିଶା ଔଷଧ ମିଶାଇ ସେମାନେ ଶୋଇଥିବାବେଳେ ତାଙ୍କ ଗଳାରେ ଛୁରୀ ଭୁଷି ହତ୍ୟା କରିଥିବା  ଗାଜିଆବାଦର ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ କାରନାମା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଲୋକେ ବୁଝି ପାରୁନାହାନ୍ତି ତାଙ୍କର ଏପରି କି ପରିସ୍ଥିତି ସୃଷ୍ଟି ହୋଇଥିବ ଯେଉଁଥିପାଇଁ ସେ ନିଜର ନିରୀହ ନିଷ୍ପାପ ଶିଶୁଙ୍କୁ ହତ୍ୟା କରିଛନ୍ତି।

ଇଞ୍ଜିନିୟର ସୁମିତଙ୍କ ଚାକିରୀ ନହେବା କାରଣରୁ ତାଙ୍କ ପରିବାର ଆର୍ଥିକ ଅନଟନର ସମ୍ମୁଖୀନ ହୋଇଥିଲା,କିନ୍ତୁ ପତ୍ନୀ କୈାଣସି ପରିଚିତ ବ୍ୟକ୍ତି କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ତାଙ୍କ ଅବସ୍ଥା ବିଷୟରେ ଜାଣିବାକୁ ଦେଇନଥିଲେ। ଆର୍ଥିକ ଅସୁବିଧାରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। କିନ୍ତୁ ଅଂଶୁ ବାଳା ପରିବାରକୁ ଚଳାଇବା ପାଇଁ ଶିକ୍ଷକତା କରିବା ସହ ଟ୍ୟୁସନ ପଢ଼ାଇ ଗୁଜୁରାଣ ମେଣ୍ଟାଉଥିଲେ।

ଅଂଶୁ ବାଳା ସେଠାକାର ଏକ ଘରୋଇ ସ୍କୁଲକୁ ପିଲାଙ୍କୁ ପଢ଼ାଇବା ପାଇଁ ଯାଉଥିଲେ। ସନ୍ଧ୍ୟାରେ ଆଖପାଖର କଲୋନୀ ପିଲାଙ୍କୁ ଟ୍ୟୁସନ୍ କରୁଥିଲେ। ଏହା କରି ସେ ନିଜ ବଡ଼ପୁଅ ପ୍ରଥିମେଶଙ୍କୁ ସ୍କୁଲରେ ପାଠ ପଢ଼ାଇ ପାରୁଥିଲେ। ଅର୍ଥ ଅଭାବରୁ ଆକୃତି ଏବଂ ଆରବ ସ୍କୁଲରେ ଆଡମିସନ୍ ନେଇ ପାରିନଥିଲେ। ଦମ୍ପତିଙ୍କ ମଧ୍ୟରେ ଅଧିକାଂଶ ସମୟ ଏହି କଥା ପାଇଁ ବିବାଦ ସୃଷ୍ଟି ହେଉଥିଲା। କିନ୍ତୁ ତଥାପି ଅଂଶୁ ଏସବୁ ପରିସ୍ଥିତି ମଧ୍ୟରେ ପିଲାଙ୍କୁ ଖୁସି ରଖିବା ପାଇଁ ଉଦ୍ୟମ କରୁଥିଲେ। ପିଲାଙ୍କର ସମସ୍ତ ଆବଶ୍ୟକତାକୁ ସେ ପୂରଣ କରୁଥିଲେ।

ସେ ନିଜ ପିଲାଙ୍କୁ ବହୁତ ଭଲ ପାଉଥିଲେ। ଘର କାନ୍ଥରେ ମଧ୍ୟ ୩ପିଲାଙ୍କ ଫଟୋ ଲଗାଇଥିଲେ। ସେ ଅପ୍ରେଲ୍ ୮ତାରିଖ ଦିନ ଆରବ ଏବଂ ଆକୃତିଙ୍କ ଜନ୍ମଦିନ ଅତ୍ୟନ୍ତ ଧୁମଧାମରେ ପାଳନ କରିଥିଲେ। ଏହି ଜନ୍ମଦିନରେ ପଡ଼ୋଶୀମାନେ ମଧ୍ୟ ଯୋଗ ଦେଇଥିଲେ। ପଡ଼ୋଶୀଙ୍କ କହିବା ଅନୁସାରେ ତାଙ୍କ ବଡ଼ ପୁଅ ପ୍ରଥିମେଶ ପାଠପଢ଼ାରେ ଅତ୍ୟନ୍ତ ମେଧାବୀ ଥିଲେ।

   Related Posts