ଗାଜିଆବାଦରେ ଚୋରୀ କରିବାକୁ ଆସି ଡକାୟତ ଖେଳିଲେ ରକ୍ତର ହୋଲି : ଗୁଳିମାଡରେ ବାପା ଓ ୨ ପୁଅ ମୃତ, ମାଆ ଗୁରୁତର

Published By : Prameya-News7 Bureau | June 28, 2021 IST

ଗାଜିଆବାଦ ୨୮/୬ : ଗାଜିଆବାଦ ଲୋନି ମୁଖ୍ୟ ବଜାରରେ ଅଭାବନୀୟ ଘଟଣା । ଏଠାରେ ଥିବା ଗୋଟିଏ ପରିବାର ଉପରେ ଦୁର୍ବୃତ୍ତମାନେ ବିଭତ୍ସ କାଣ୍ଡ ଘଟାଇଛନ୍ତି । ଘରେ ପଶି ଡଡକାୟତମାନେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କୁ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଲୋନିର ମୁଖ୍ୟ ବଜାରରେ ଦୁର୍ବୃତ୍ତମାନେ କପଡା ବ୍ୟବସାୟୀଙ୍କ ଘରେ ଡକାୟତି କରିବା ଉଦ୍ଦେଶ୍ୟରେ ପଶିଥିଲେ । ଏହି ସମୟରେ ସେ ୭୦ ବର୍ଷୀୟ ରାଇସୁଦ୍ଦିନ ଏବଂ ତାଙ୍କର ୩୦ବର୍ଷର ପୁଅ ଅଜହର ଏବଂ ୨୮ବର୍ଷର ପୁଅ ଇମ୍ରାନ ଏମାନଙ୍କୁ ବିରୋେଧ କରିଥିଲେ ।

ତେବେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଏମାନେ ବର୍ତ୍ତି ପାରିନଥିଲେ ଫଳରେ ଘଟଣା,ସ୍ଥଳରେ ହିଁ ବାପା ଓ ୨ ପୁଅଙ୍କ ମୃତ୍ୟୁ ହୋଇଥିଲା । ହେଲେ ରାଇସୁଦ୍ଦିନଙ୍କ ୬୫ ବର୍ଷିୟା ପତ୍ନୀ ଫାତିମା ମଧ୍ୟ ଗୁଳିମାଡରେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଡକାୟତମାନେ ଏମାନଙ୍କୁ ହତ୍ୟା କରିବା ପରେ ଘରୁ କ’ଣ କଣ ନେଇଛନ୍ତି ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନି। ପୋଲିସ ଯାଞ୍ଚ ପରେ ହିଁ ସତ ପଦାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.