Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭକ୍ତଙ୍କ ପାଇଁ କେବେ ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ? ମାମଲା ଗଲା ହାଇକୋର୍ଟ

1/10/2020 at 3:15 PM

କେନ୍ଦୁଝର ୦୧/୧୦ : କେନ୍ଦୁଝର ଘଟଗାଁସ୍ଥିତ ପ୍ରସିଦ୍ଧ ପୀଠ ତାରିଣୀ ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ତାରିଣୀ ମନ୍ଦିର ଏକ ଖୋଲା ମନ୍ଦିର । ଏଠାରେ କୌଣସି ଗର୍ଭଗୃହ ନାହିଁ । ଭିଡ଼ ଆଶଙ୍କା ନାହିଁ । ତେଣୁ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲାଗି ଏଠାରେ କୌଣସି ସମସ୍ୟା ହେବନି । ଏଠାରେ ସାମାଜିକ ଦୂରତ୍ୱ ମଧ୍ୟ ରଖାଯାଇ ପାରିବ । ତେଣୁ ଏହି ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । କେନ୍ଦୁଝରର ପ୍ରତାପ ଚନ୍ଦ୍ର ରାଉତ ଏହି ମାମଲା ରୁଜୁ କରିଛନ୍ତି । ସେ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, କରୋନା ସଂକ୍ରମଣ ପୃଥିବୀର ପ୍ରାୟ ୨ଶହ ଦେଶରେ ଚାଲିଛି । ସଂକ୍ରମଣର ସ୍ଥିତିକୁ ନେଇ କୌଣସି ବିଶେଷଜ୍ଞ କିଛି ବି ନିଷ୍କର୍ଷରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି ।

କିନ୍ତୁ ଏହା ସତ୍ତ୍ୱେ ପ୍ରତ୍ୟେକ ଦେଶରେ ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଛି । କେନ୍ଦ୍ର ସରକାର ପୂର୍ବରୁ ମନ୍ଦିର ଆଦି ଖୋଲିବା ଉପରେ କଟକଣା ଜାରି କରିଥିଲାବେଳେ ପରେ ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏହା ସତ୍ତେ୍ୱ ଓଡ଼ିଶା ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରିଛନ୍ତି । କେନ୍ଦୁଝରର ଘଟଗାଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ଆସୁନାହିଁ । ଯଦି ଘଟଗାଁ ତାରିଣୀ ମନ୍ଦିରର ସ୍ଥିତିକୁ ଦେଖାଯାଏ ତାହେଲେ ଏହା ଚତୁଃପାଶ୍ୱର୍ରୁ ଏକ ଖୋଲା ମନ୍ଦିର । ଏହାର ଗୋଟିଏ ପ୍ରବେଶ ଦ୍ୱାର ରହିଥିଲା ବେଳେ ଗୋଟିଏ ପ୍ରସ୍ଥାନ ଦ୍ୱାର ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମନ୍ଦିରର କୌଣସି ଗର୍ଭଗୃହ ନାହିଁ । ଫଳରେ ମନ୍ଦିରକୁ ପ୍ରବେଶ ବେଳେ ଭିଡ଼ ହେବାର କୌଣସି ସମ୍ଭାବନା ନାହିଁ । ତେଣୁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ପ୍ରଦାନ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ସୁରଜ କୁମାର ମହାପାତ୍ର ରୁଜୁ କରିଛନ୍ତି ।

   Related Posts