ଘଟଗାଁ ତାରିଣୀ ପୀଠରେ ନବରାତ୍ରୀ ପୂଜା, ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଉଛନ୍ତି ମା'

Published By : Prameya-News7 Bureau | October 09, 2021 IST

ଘଟଗାଁ,୦୯/୧୦:  ପାର୍ବଣର ଆଗମନରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହିଷାମର୍ଦ୍ଦିନୀ ମା' ଦୁର୍ଗା |  ଗତ ଦୁଇଦିନ ପୂର୍ବେ ଆରମ୍ଭ ହୋଇ ସାରିଛି ମାଆଙ୍କ ନବରାତ୍ରୀ ପୂଜା | ଏନେଇ ସମସ୍ତ ଶକ୍ତିପୀଠ ଗୁଡିକରେ ଷୋଡଶ ପୂଜାବିଧି ସମେତ ମାଆଙ୍କର ନବରାତ୍ରୀ  ପୂଜା ଆରମ୍ଭ ହୋଇଛି ।  ଏଥିରୁ ବାଦ୍ ପଡିନି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସିନୀ ମା' ତାରିଣୀଙ୍କ ପୀଠ | 

ଏଠାରେ ମଧ୍ୟ ତାରିଣୀଙ୍କ ନିକଟରେ ଷୋଡଶ ଉପଚାର ପୂଜାବିଧି ସହ ନବରାତ୍ରୀ ପୂଜା ଚାଲୁଅଛି | ଏହି ନବରାତ୍ରୀ ନଅ ଦିନ ଧରି ପାଳିତ ହୋଇଥାଏ, ଯାହା ବିଜୟାଦଶମୀ ଦିନ ସମାପନ ହୋଇଥାଏ |  ୯ ଦିନରେ ମା' ୯ ରୂପ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି | ଶନିବାର ନବରାତ୍ରିର ତୃତୀୟ ଦିନରେ ମା' ଚନ୍ଦ୍ରଘଣ୍ଟା ରୁପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି |

ଶନିବାର  ପ୍ରାତଃରୁ ମା'ଙ୍କର ମାଜଣା, ମଙ୍ଗଳଆଳତି, ବଡ ସିଂହାର ବେଶ ଇତ୍ୟାଦି  ଯଥା ରୀତିକାନ୍ତି ପୂଜାବିଧି କରି  ପହଡ ଖୋଲା ଯାଇଛି | ମା'ଙ୍କର ଚନ୍ଦ୍ରଘଣ୍ଟା ରୁପକୁ ଦେଖିବା ପାଇଁ ଭକ୍ତଙ୍କ ଆଗମନ ହୋଇଛି | ସରକାରଙ୍କ କୋଭିଡ୍ ନିୟମ ମାନି ମାଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.