ଗାଧୁଆ ତୁଠ ପାଇଁ ଧାରଣା ଦେଲେ ମହିଳା, ବାଲି ଟ୍ରକ୍ ବନ୍ଦ କରିବାକୁ କଲେ ଦାବି

Published By : Prameya-News7 Bureau | August 28, 2020 IST

ଘସିପୁରା, ୨୮।୦୮: କେଉଁଝର ଜିଲ୍ଲା  ଘସିପୁରା ତହସିଲ ଅଧିନ କୁଶେଇ ନଦୀର ଦେଓଗାଁ ବାଲିଘାଟରୁ ବେଆଇନ୍ ଭାବେ ଗାଧୁଆ ତୁଠ ଦେଇ ବାଲିଗାଡି ଚଳାଚଳକୁ କଡା ବିରୋଧ କରାଯାଇଛି ।  ଗାଁର ମହିଳାମାନେ  ଗାଧୁଆ ତୁଠ ରାସ୍ତାରେ ବାଡ ପକାଇ ଜଗି ବସିଛନ୍ତି ।  ଗାଁର ଅନେକ ମହିଳା ସନ୍ଧ୍ୟା ଯାଇ ରାତି ହୋଇଥିଲେ ମଧ୍ୟ  ଏଠାରେ ବସିଥିଲେ ମଧ୍ୟ କୌମସି ଅଧିକାରୀ ଏବେସୁଦ୍ଧା ସେମାନଙ୍କ ସହ ଆଲୋଚନା କରିନାହାଁନ୍ତି ।

{"id":321818,"sizeSlug":"large"}

 ସୂଚନାନୁସାରେ, କୂଶେଇ ନଦୀର ଦେଓଗାଁ ଘାଟରୁ ବାଲି ପରିବହନ ପାଇଁ ଲିଜ୍ ଦିଆଯାଇଛି ।  ଏହି ସୈରାତ ପାଇଁ ମାନିଂ ପ୍ଲାନ୍ ରେ ବାଲି ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ରହିଛି । କିନ୍ତୁ ଲିଜଧାରୀ ରାତିରେ ବେଆଇନ୍ ଭାବେ ଗାଧୁଆ ତୁଠ ରାସ୍ତାଦେଇ ହାଇଓ୍ବା ଯୋଗେ ବାଲି ପରିବହନ କରୁଛନ୍ତି । ଯାହାକୁ ଗ୍ରାମବାସୀ ବିରୋଧ କରିଛନ୍ତି । କାରଣ ବାଲି ପରିବହନ ହେତୁ  ରାସ୍ତାରେ ଖାଲଖମା ହୋଇ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।  ତେବେ ଏ ସମ୍ପର୍କରେ ତହସିଲ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ଘସିପୁରା ତହସିଲଦାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.