ଘଷିପୁରା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ଧାରଣା, ପ୍ରାୟ ଏକ ଘଣ୍ଟା ଧରି ମତଦାନ ବନ୍ଦ

Published By : Prameya-News7 Bureau | April 23, 2019 IST

ଆନନ୍ଦପୁର ୨୩|୪: କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଧାରଣା ଦେଇଛନ୍ତି । ବୁଥ୍ ରୁ ଏଜେଣ୍ଟଙ୍କୁ ବାହାର କରିଦେଇଥିବାରୁ ସେ ଧାରଣା ଦେଇଛନ୍ତି । ବଦ୍ରିଙ୍କ ଧାରଣା ଦେବା ଫଳରେ ପ୍ରାୟ ଏକ ଘଣ୍ଟା ଘରି ମତଦାନ ବନ୍ଦ ରହିଛି । ତାଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ଭୋଟ୍ ନଦେଇ ଧାରଣାରେ ବସିଛନ୍ତି ।

{"id":106271}

ଏ ନେଇ ବଦ୍ରି ପାତ୍ର କହିଛନ୍ତି ଯେ, ତାଙ୍କର ଏଜେଣ୍ଟଙ୍କୁ ବୁଥ୍ ମଧ୍ୟରେ ପଶି ପୋଲିସ ବାହାର କରିଦେଇଛି । କ୍ଷମତାର ଅପବ୍ୟବହାର ହେଉଥିବା ସେ ଅଭିଯୋଗ କରିଛନ୍ତି । ବୁଥ୍ ରେ ଥିବା ପ୍ରିଜାଇଡିଂ ଅଫିସର ଭିନ୍ନକ୍ଷମ ଲୋକଙ୍କର ଭୋଟ୍ ନିଜେ ଦେଇଦେଉଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ବଦ୍ରି ପାତ୍ର । ସକାଳ ୮ଟାରୁ ଏ ନେଇ ଆଇଆଇସି, ସବ୍ କଲେକ୍ଟର, ଏସଡିପିଓଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ନହେବାରୁ ସେ ଧାରଣା ଦେଇଥିବା କହିଛନ୍ତି । ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସେ ଦାବି କରିଛନ୍ତି ।

{"id":106272}

ଅନ୍ୟପଟେ ଥାନା ଅଧିକାରୀ କହିଛନ୍ତି ଏଜେଣ୍ଟ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେଣୁ ସେମାନେ ନିଜେ ନିଜେ ବାହାରକୁ ପଳାଇ ଆସିଛନ୍ତି । ଏନେଇ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇ ଦିଆଯାଇଛି । ପ୍ରିଜାଇଡିଂ ଅଫିସର ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.