ବନ୍ଦ ଘର ଭିତରେ ନରକଙ୍କାଳ, ୩ମାସ ହେଲା ନିଖୋଜ ଭଡାଟିଆ : କାହାର ଏ ମୃତଦେହ ?

Published By : Prameya-News7 Bureau | November 22, 2020 IST

ଜଗତସିଂହପୁର ୨୨।୧୧:  ବନ୍ଦ କୋଠରୀ ଭିତରୁ ନରକଙ୍କାଳ ଠାବ । ଜଗତସିଂହପୁର ଜିଲ୍ଲା ଏରସମା ଥାନା କିଆଡିଙ୍ଗ ବ୍ରାହ୍ମଣସାହୀ ଗାଁର ଏକ ବନ୍ଦ କୋଠରୀରୁ ଠାବ ହୋଇଛି ନରକଙ୍କାଳ । ଘର ଭିତରୁ ନରକଙ୍କାଳ ମିଳିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି ।

{"id":365665,"sizeSlug":"large"}

ବ୍ରାହ୍ମଣସାହୀ ଗ୍ରାମର ସରୋଜ ମିଶ୍ରଙ୍କ ଘରୁ ନରକଙ୍କାଳ ପଡିଥିବା ଜଣାପଡିଛି। ଏରସମା ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରୁଥିବା ବେଳେ ମୃତଦେହଟି ପଡୋଶୀ ବାଇଳୋ ଗ୍ରାମର ଶଙ୍କର ସ୍ୱାଇଁ (୬୦ବର୍ଷ)ଙ୍କର ବୋଲି ଅନୁମାନ କରାଯାଉଛି। ଘରମାଲିକ କଟକରେ ରହୁଥିବା ବେଳେ ଘରଟି ପରିତ୍ୟକ୍ତ ଅବସ୍ଥାରେ ବନ୍ଦ ପଡିଥିଲା।ଶଙ୍କର  ତିନିମାସ ତଳୁ ନିଖୋଜ ରହିଥିବାରୁ ଏହା ତାଙ୍କର କଙ୍କାଳ ହୋଇଥିବା ସନ୍ଦେହ କରା ଯାଉଥିଲେ ମଧ୍ୟ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ତଥ୍ୟ ହସ୍ତଗତ ହୋଇନାହିଁ ।

{"id":365666,"sizeSlug":"large"}

ଘରମାଲିକ ସରୋଜ ଗତକାଲି ଗାଁକୁ ଆସି ଘର ଖୋଲିବାରୁ ଘରେ ନରକଙ୍କାଳ ପଡିଥିବା ଏବଂ ଦୁର୍ଗନ୍ଧ ବାହାରୁଥିବା  ନେଇ ଏରସମା ପୋଲିସକୁ ଖବର ଦେଇଥିଲେ। ଯାହାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ତେବେ ନରକଙ୍କାଳ କାହାର , ତାହାର ତଦନ୍ତ ହେଲେ ଆଗାମୀ ଦିନରେ ସତ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.