ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ, ସ୍ଥାନୀୟ ପ୍ରଶାସନ ସହ ୫ପ୍ଲାଟୁନ ଫୋର୍ସ ମୁତୟନ

Published By : Prameya-News7 Bureau | March 08, 2020 IST

କୃଷ୍ଣପ୍ରସାଦ ୦୮।୦୩:  ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଚିଲିକାରେ ଆରମ୍ଭ ହେଲା ବେଆଇନ ଚିଙ୍ଗୁଡ଼ି ଘେରି ଉଛେଦ ପ୍ରକ୍ରିୟା । ଘଟଣା ସ୍ଥଳରେ ପୁରୀ ଉପଜିଲ୍ଲାପାଳ, କୃଷ୍ଣପ୍ରସାଦ ତହସିଲଦାର , ଅତିରିକ୍ତ ତହସିଲଦାର, ସ୍ଥାନୀୟ ପୋଲିସ  ଏବଂ ସିଡ଼ିଏ ର କର୍ମଚାରୀ ଉପସ୍ଥିତ ରହିଛନ୍ତି  ।

{"id":234723,"sizeSlug":"large"}

ସୁରକ୍ଷା ଦୃଷ୍ଟିରୁ ପାଞ୍ଚ ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘେରି ଉଛେଦ କାର୍ଯ୍ୟରେ ୧୦୦ ଜଣ ଶ୍ରମିକ  ଲାଗିଛନ୍ତି । ଚିଲିକାରେ ଘେରି ଉଛେଦ ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ  କାଳ ପାଇଁ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି କୃଷ୍ଣପ୍ରସାଦ ତହସିଲଦାର ଜିତେନ୍ଦ୍ର ନାୟକ । ପ୍ରଥମ ଦିନରେ ଖଟିଆକୁଦି ଗାଁ ପାଖ ଚିଲିକା ସାନ ଚତରା ଏବଂ ବଡ଼ ଚତରା ରୁ ୧୨୫୦ଏକର ବେଆଇନ ବାଲି ବନ୍ଧ ଏବଂ ଘେରିକୁ ଉଛେଦ କରାଯାଇଛି ।

{"id":234724,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.