ଘରେ ପଶି ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ହାଣିଲା ଅଜଣା ଦୁର୍ବୃତ୍ତ, ଖୋଳତାଡ଼ ଆରମ୍ଭ କଲା ପୋଲିସ୍‌

Published By : Prameya-News7 Bureau | August 17, 2020 IST

ପଟ୍ଟାମୁଣ୍ଡାଇ୧୭/୮: ଘରେ ପଶି ମହିଳାଙ୍କୁ ହାଣି  ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡ଼ପଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। କେହି ଜଣେ ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା  କରିଥିବା ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି।  

{"id":316070,"width":656,"height":728,"sizeSlug":"large"}

ମୃତ ମହିଳା ହେଲେ ଅରଡ଼ପଲି ଗାଁର ମିନତୀ ଜେନା। ମିନତୀ ଘରେ ଏକୁଟିଆ ଥିବା ଅବସ୍ଥାରେ ତାଙ୍କ ହାଣି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ସ୍ୱାମୀ ଅମୂଲ୍ୟ ଜେନା ଓ ପୁଅ  ଘରେ ନଥିବାର ସୁଯୋଗ ନେଇ ହତ୍ୟାକାରୀ ଘରେ ପଶିଥିଲା। ତେବେ ମିନତୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅନୁମାନ କରାଯାଉ ଥିବା ବେଳେ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ମିନତୀକୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ମିନତୀଙ୍କ ସ୍ୱାମୀ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.