ଘରେ ପଶି ଲୁଟ୍ ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣରେ ବାପ-ଝିଅ ଗୁରୁତର

Published By : Prameya-News7 Bureau | March 14, 2020 IST

ପାଟଣା ୧୪।୦୩: ଘରେ ପଶି ଲୁଟ୍‌ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା-ଝିଅ ଗୁରୁତର । ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାରବେଡ଼ା ଗାଁରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଝାରବେଡ଼ା ଗାଁରେ କ୍ଷୀରୋଦ ବେହେରାଙ୍କ ଘରେ ଲୁଟ୍‌ ପାଇଁ ୫ଜଣ ଦୁର୍ବୃତ୍ତ ପଶିଥିଲେ । କିନ୍ତୁ ଲୁଟ୍ ଉଦ୍ୟମ କରୁଥିବା ବେଳେ ଘରେ ଥିବା ବାପା-ଝିଅ ଏହାକୁ ପ୍ରତିବାଦ କରିଥିଲେ। ଯାହାଫଳରେ କି ଦୁର୍ବୃତ୍ତମାନେ ଉଭୟଙ୍କ ଆକ୍ରମଣ କରିଥିଲେ । ବାପା-ଝିଅ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହାଫଳରେ ସେ ପାଟି କରିଥିଲେ । ଉଭୟଙ୍କ ପାଟିକରିବାର ଦେଖି ଦୁର୍ବୃତ୍ତମାନେ  ବାଇକ ଯୋଗେ ଫେରାର ହୋଇଯାଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.