Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

‘ମୁଁ କାହାକୁ ଅନାଇ କାଟିବି ଦିନ’: ଘରେ ପହଞ୍ଚିଲା ପୁଅର ମୃତଦେହ, ପରିବାର ଭିତରେ ପଡିଲା କାନ୍ଦ ବୋବାଳି

30/12/2020 at 4:54 PM

ବଲାଙ୍ଗୀର୩୦/୧୨: ପରିବାର ଲୋକେ ଚାହିଁ ରହିଛନ୍ତି, ପୁଅ ରୋଜଗାର କରି ଟଙ୍କା ପଠାଇଲେ ପରିବାର ଲୋକେ ଚଳିବେ। ହେଲେ ଟଙ୍କା ବଦଳରେ ଘରେ ପହଞ୍ଚିଲା ପୁଅର ମୃତଦେହ। ବଲାଙ୍ଗୀରରେ ସଇଁତଳା ଥାନା କୁଆରଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ପୁଅ ମନୋଜ ଭୋଇ, ପରିବାରର ଦୁଃଖ-କଷ୍ଟ ସହିନପାରି ସୁଦୂର ରାଜକୋଟରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ କାମ ଚାଲିଥିବା ସମୟରେ ବିଲ୍ଡିଂରୁ ଖସି ପଡି ମନୋଜଙ୍କ ମୃତ୍ୟୁ ହୋଇଥିଲା। ପରିବାରରେ ମନୋଜ କେବଳ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ। ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସଇଁତଳା ଥାନା କୁଆର ଗାଁର ମନୋଜ ଭୋଇ କଷ୍ଟ୍ରକ୍ସନ କମ୍ପାନୀରେ କାମ କରୁଥିଲେ। କାମ ଚାଲିଥିବା ବେଳେ ଉପର ମହଲରୁ ମନୋଜ ତଳକୁ ଖସି ପଡିଥିଲେ। ଘଟଣାସ୍ଥଳରେ ହିଁ ମନୋଜଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମନୋଜଙ୍କ ପୋଷ୍ଟମର୍ଟମ କରିଥିଲେ। ୨୮ ବର୍ଷୀୟ ମନୋଜଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି। ଅକାଳରେ ପୁଅର ଜୀବନ ଚାଲିଗଲା। ଏବେ ପରିବାର ଲୋକଙ୍କ କଥା ବୁଝିବ କିଏ ? ଏ ନେଇ କ୍ଷତିପୂରଣ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ପରିବାର ଲୋକେ। ଏପରି କି ପୁଅ ମୃତଦେହ ପାଖରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଛନ୍ତି। ମୋ ଭେଣ୍ଡିଆ ପୁଅ ଚାଲିଗଲା, ମୁଁ କାହାକୁ ଅନାଇ ଦିନ କାଟିବି,ଏମିତି କହି ବୁଢ଼ୀ ମାଆଟି ମଧ୍ୟ କଇଁ କଇଁ ହୋଇ କାନ୍ଦୁଛନ୍ତି।

   Related Posts