Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘର ରଙ୍ଗ କରିବାକୁ ଆସିଥିଲେ, ପଡୋଶୀ ଝିଅ ଦେହରେ ଲଗାଇଲେ ପ୍ରେମ ରଙ୍ଗ, ଶାରୀରିକ ସମ୍ପର୍କ ପରେ…

29/05/2021 at 11:27 AM

ଭୁବନେଶ୍ୱର,୨୯/୦୫: ରଙ୍ଗ ଦେଉଥିବା ବେଳେ ପଡୋଶୀ ଘରର ଝିଅ ଦେହରେ ବୋଳିଲେ ପ୍ରେମ ରଙ୍ଗ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଲେ । ଘରେ ଏକୁଟିଆ ଥିବା ସୁଯୋଗ ନେଇ ଶାରୀରିକ ସମ୍ପର୍କ ରଖିଲେ । ପରେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲେ । ପ୍ରତାରଣର ଶିକାର ହୋଇଥିବା ଯୁବତୀ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ରସିକିଆ ରଙ୍ଗ ମସ୍ତ୍ରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କାକଟପୁର ଅଞ୍ଚଳର ରାକେଶ କୁମାର ନାଏକ ।

ରାକେଶ ସ୍ଥାନୀୟ ସାମନ୍ତରାୟପୁରରେ ଜଣଙ୍କ ଘର ରଙ୍ଗ କାମ କରୁଥିବା ବେଳେ ପଡ଼ୋଶୀ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାରେ ସଫଳ ହୋଇଥିଲେ । ଗତ କିଛି ଦିନ ତଳେ ସଂପୃକ୍ତ ଯୁବତୀଙ୍କ ଘରେ କେହି ନଥିବା ବେଳେ ରାକେଶ ଘର ପହଞ୍ଚି ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଏଥିରେ ଯୁବତୀ ଜଣଙ୍କ ରାଜି ନ ହେବାରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ।

ବିବାହ ପାଇଁ ସଂପୃକ୍ତ ଯୁବତୀ ରାକେଶଙ୍କୁ କହିଥିଲେ ମଧ୍ୟ ସେ ଦିନ ପରେ ଦିିନ ଗଡାଇ ଚାଲିଥିଲେ । ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ରାକେଶକୁ ଗିରଫ କରିଛି । ପୁଲିସ ଅଭିଯୁକ୍ତ ରାକେଶ ବିରୋଧରେ ଆଇପିସିର ଧାରା ୩୭୬(କ), ୨୯୪, ୪୦୬ ଦଫା ଲଗାଇ କୋର୍ଟ ଚାଲାଣ କରିଛି ।

   Related Posts