Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ପାଟଣା ଗାନ୍ଧୀ ମୈଦାନ ନିକଟରେ ଫୁଟିଲା ବୋମା, ୫ ଆହତ !

10/02/2020 at 9:26 AM

ପାଟଣା ୧୦।୦୨: ଘର ଭିତରେ ବିସ୍ଫୋରଣ । ବିହାରର ପାଟଣାସ୍ଥିତ ଗାନ୍ଧୀ ମୈଦାନ ନିକଟରେ ବୋମା ବିସ୍ପୋରଣ ହୋଇଛି । ବିସ୍ଫୋରଣରେ ଏକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପାଞ୍ଚ ଜଣ ଆହତ ଥିବା ଜଣାପଡିଛି । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ପିଏମ୍‌ସିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗାନ୍ଧୀ ମୈଦାନ ନିକଟରେ ଥିବା ସଲିମପୁରର ଅହରା ଗଳିରେ ଏକ ଘରେ ସୋମବାର ଦିନ ସକାଳୁ ଏକ ବିସ୍ଫୋରଣର ଆବାଜ ଶୁଣାଯାଇଥିଲା । ସ୍ଥାନୀୟଲୋକେ ଡୌଡି ଯାଇ ଦେଖନ୍ତି ବିସ୍ଫୋରଣରେ ଏକ ପୁରୁଣା ଘର ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଛି । ଏବଂ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଥିବା ଜଣାପଡିଛି । ଯାହାକି ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତ ଓ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର ଖବର ଶୁଣି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନିଭିନ୍ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି ।

   Related Posts