ପୁରା ପରିବାର କୋଭିଡ୍ କେୟାର ସେଣ୍ଟରରେ, ଏପଟେ ଘରର ତାଲା ଭାଙ୍ଗି ସୁନା-ଗହଣା ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | August 26, 2020 IST

କଟକ୨୬/୮:  କରୋନା ଆକ୍ରାନ୍ତରେ ପୁରା ପରିବାର କୋଭିଡ୍‌ କେୟାରରେ ଅଛନ୍ତି। ଏପଟେ ଘରୁ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଲୁଟି ନେଲେ ଦୁର୍ବୃତ୍ତ। କଟକ ଖାନନଗର ବ୍ରାହ୍ମଣ ସାହିଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ଗୋଟିଏ ପରିବାର କରୋନା ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ରହିଥିବା ବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ଗତ କାଲି ବିଳମ୍ବିତ ରାତିରେ ଲୁଟେରା ଘର ତାଲା ଭାଙ୍ଗି ଘରେ ଥିବା ସୁନା ଗହଣା ସହ ନଗଦ ଟଙ୍କା ଲୁଟ କରି ଫେରାର ହୋଇ ଯାଇଛନ୍ତି। ।ଏ ନେଇ  ବାଦାମବାଡି ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପରିବାର ଲୋକେ କରୋନା ଆକ୍ରାନ୍ତ ହୋଇଥିବାରୁ ପୋଲିସ ମଧ୍ୟ ତଦନ୍ତ କରିବାରେ ସଙ୍କୋଚ କରୁଥିବାରୁ ତଦନ୍ତରେ ବାଧା ଉପୁଜିବ ବୋଲି କହିଛନ୍ତି ଅଭିଯୋଗ ହୋଇଛି।

ଖାନନଗର ବ୍ରାହ୍ମଣ ସାହିରେ ରହୁଥିବା ରାଜ କିଶୋର ଶତପଥୀଙ୍କ ପରିବାରର ସମସ୍ତେ କରୋନା ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ରହିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ରାଜକିଶୋରଙ୍କ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ଘର ର ତାଲା ଭାଙ୍ଗି  ଘର ଭିତରେ ଥିବା ଆଲମୀରାରୁ ନଗଦ ଟଙ୍କା ସମେତ ସୁନା ଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଲୁଟ ସୁନା ଗହଣା ଓ ନଗଦ ଟଙ୍କା ର ପରିମାଣ ପ୍ରାୟ ୫ ଲକ୍ଷ ରୁ ଉର୍ଦ୍ଧ୍ବ ହେବା ନେଇ ବାଦାମବାଡି ଥାନାରେ ଅଭିଯୋଗ କରିଛନ୍ତି ରାଜକିଶୋରଙ୍କ ପରିବାର। ତେବେ ରାଜକିଶୋରଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଥିବାରୁ ପୋଲିସ ମଧ୍ୟ ତଦନ୍ତ କରିବାରେ ସଙ୍କୋଚ କରୁଥିବାରୁ ତଦନ୍ତରେ ବାଧା ଉପୁଜିବ ବୋଲି ଆଶଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.