Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ମଙ୍ଗଳବାରଠୁ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ, ଟିକା ନେଇନଥିବା ଲୋକଙ୍କୁ କରାଯିବ ଚିହ୍ନଟ

1/11/2021 at 12:58 PM

ଭୁବନେଶ୍ବର ୧।୧୧: ରାଜ୍ୟରେ ମଙ୍ଗଳବାରଠୁ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସମ୍ମୁଖ ଯୋଦ୍ଧା ତଥା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ନର୍ସ, ଏସଏଚଜି ଗ୍ରୁପଙ୍କ ସହଯୋଗରେ ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍ ଡ୍ୟୁ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକାକରଣ ଦିଆ ଯାଇପାରିବ।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ନେଇ ନଥିବା ଲୋକଙ୍କୁ ନଭେମ୍ବର ମାସରେ ପଥମ ଡୋଜ୍ ଟିକା ନେବାକୁ ପ୍ରବର୍ତ୍ତା ଯିବ ।  ଏହା ହେଉଛି ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତେ ଯେମିତି ପ୍ରଥମ ଡୋଜ୍ ଟିକା ନେଇ ସାରିବେ ତା ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଏଥିପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟିକାକରଣ କେନ୍ଦ୍ର ଖୋଲାଯାଉଛି ।

ଏବେ ସୁଦ୍ଧା ୨ କୋଟି ୫୭ ଲକ୍ଷ୍ୟ ଲୋକ ପ୍ରଥମ ଡୋଜ୍ ନେଇ ସାରିଲେଣି ।  ଯାହାକି ସମସ୍ତ ହିତାଧିକାରୀଙ୍କର ୭୯ % । ସେହିପରି ଦ୍ବିତୀୟ ଡୋଜ୍ ୧ କୋଟି ୧୫ ଲକ୍ଷ ନେଇଛନ୍ତି ।  ଯାହାକି ୩୫% ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

   Related Posts