Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ଘାନା ୟୁନିଭର୍ସିଟିରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ହଟାଇ ଦିଆଗଲା : ଜାଣନ୍ତୁ କାହିଁକି

14/12/2018 at 4:07 PM

ଘାନା୧୪|୧୨: ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ବିରୋଧରେ ଲଢ଼ିଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଫ୍ରିକୀୟ ଦେଶ ଅନ୍ତର୍ଗତ ଘାନା ୟୁନିଭର୍ସିଟିରୁ ହଟାଇ ଦିଆଯାଇଛି | ଘାନା ୟୁନିଭର୍ସିଟି ଏକ ପ୍ରତିଷ୍ଠିତ ୟୁନିଭର୍ସିଟି | ୟୁନିଭର୍ସିଟିର କିଛି ଛାତ୍ର ଅଭିଯୋଗ କରିଥିଲେ ଯେ, ଗାନ୍ଧିଜୀ ଆଫ୍ରିକୀୟ ନିଗ୍ରୋଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ | ଏଥିପାଇଁ ୟୁନିଭର୍ସିଟି ପରିସର ମଧ୍ୟରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ହଟେଇବା ପାଇଁ ୟୁନିଭର୍ସିଟିର ଜଣେ ପ୍ରଫେସର ଅନଲାଇନ ପ୍ରୋଟେଷ୍ଟ କ୍ୟାମ୍ପେନ ଆରମ୍ଭ କରିଥିଲେ | ଏହାପରେ ଗାନ୍ଧିଜୀଙ୍କ ପର୍ତୁମୂର୍ତ୍ତି ୟୁନିଭର୍ସିଟି ପରିସରରୁ ହଟେଇଦିଆଯାଇଥିଲା |

ଏହି ପ୍ରତିମୂତ୍ତିକୁ ୨ ବର୍ଷ ପୂର୍ବରୁ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ | ତେବେ ୟୁନିଭର୍ସିଟି ପରିସରରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ହଟେଇବା ପାଇଁ ବହୁତ ପୂର୍ବରୁ ଦାବି ଆରମ୍ଭ ହୋଇଯାଇଥିଲା | ପ୍ରଦର୍ଶନକାରୀମାନେ ‘ଗାନ୍ଧୀ ମଷ୍ଟ ଫଲ’ ନାମରେ ଅଭିଯାନ ଆରମ୍ଭ କରିଥିଲେ | ପ୍ରଦର୍ଶନକାରୀମାନେ ଗାନ୍ଧୀ ବର୍ଣ୍ମବାଦ ବିତ୍ତିକ ଟିପ୍ପଣୀ ଦେଇଥିବା ଅଭିଯୋଗ କରିଥିଲେ |

ଆବେଦନ ପତ୍ରରେ ଉଲ୍ଲେଖ ଥିଲା ଯେ, କଳା ଆଫ୍ରିକୀୟଙ୍କ ଠାରୁ ଭାରତୀୟ ବହୁ ଗୁଣରେ ସର୍ବୋତ୍ତମ ବୋଲି ଗାନ୍ଧୀ କହିଥିଲେ | ଯାହାଫଳରେ ୟୁନିଭର୍ସିଟି ପ୍ରଶାସନ ଏହି ପ୍ରତିମୂତ୍ତି ହଟେଇଦେଇଥିଲେ | ଏହା ବ୍ଲାକ ଆଫ୍ରିକୀୟନଙ୍କ ସମ୍ମାନର କଥା ବୋଲି ୟୁନିଭର୍ସିଟି କହିଥିଲା | ଏହା ୟୁନିଭର୍ସିଟିର ଆନ୍ତରିକ ନିର୍ଣ୍ଣୟ ବୋଲି ପ୍ରଶାସନ କହିଥିଲା | ପୂର୍ବରୁ ଘାନାର ପୂର୍ବତନ ସରକାର କହିଥିଲେ ଯେ, ବିବାଦକୁ ଟାଳିବା ପାଇଁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟ କୌଣସି ଏକ ସ୍ଥାନରେ ସ୍ଥାପନା କରାଯିବ | 

   Related Posts