Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ହଂସୁଆ ନଦୀରେ ଘାଇ, ୧୦ରୁ ଅଧିକ ଗାଁରେ ପଶିଲା ପାଣି

18/09/2021 at 7:25 AM

ଜଗତସିଂହପୁର, ୧୮|୦୯: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ନିକଟରେ ହଂସୁଆ ନଈରେ ଆଉ ଏକ ଘାଇ । ଅଣଖିଆ ନିକଟରେ ଶୁକ୍ରବାର ରାତିରେ ଏକ ୨୦ଫୁଟର ଘାଇ ହୋଇଛି । ଫଳରେ ନିକଟସ୍ଥ ୫ ଟି ପଞ୍ଚାୟତର ୧୦ରୁ ଅଧିକ ଗାଁରରେ ପାଣି ପଶିଛି ।

ଘାଇ କାରଣରୁ ପ୍ରାୟ ୫ଶହ ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି । ଗତ ଦୁଇ ଦିନ ତଳେ ଏହି ଠାରେ ୪ ଟି ସ୍ଥାନରେ ଘାଇ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବାଲି ବସ୍ତା ପକାଇ ବନ୍ଦ କରିଥିଲେ । ହଂସୁଆ ନଦୀ ଦେଇ କଟକ ଓ ଜଗତସିଂହପୁର ଜିଲ୍ଲାର ବର୍ଷା ଜଳ ସମୁଦ୍ରକୁ ନିଷ୍କାସନ ହୋଇ ଥାଏ । ତେବେ ଗତ ପାଞ୍ଚ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଜଗତସିଂହପୁର ଜିଲାର ବ୍ୟାପକ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଛି । ଏତିକି ବେଳେ କେତେକ ମାଛ ମାଫିଆ ବିଭିନ୍ନ ସ୍ଥାନରେ ଥିବା ସ୍ଲୁଇସ ଗେଟକୁ ବନ୍ଦ ରଖି ମାଛ ଧରୁ ଥିବା ଯୋଗୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରିବା ଫଳରେ ହଂସୁଆ ନଦୀର ବନ୍ଧ ଭାଙ୍ଗୁଥିବା ଅଭିଯୋଗ ହେଉଛି ।

   Related Posts