Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ ପାଖ ନାଳରେ ଘଡିଆଳ କୁମ୍ଭୀର: ଲୋକେ ଆତଙ୍କିତ, ପହଞ୍ଚିଲେ ନନ୍ଦନକାନନର ବିଶେଷଜ୍ଞ…

16/09/2019 at 4:43 PM

ବୌଦ୍ଧ ୧୬|୯: ବୌଦ୍ଧ ଜିଲ୍ଲା ବହିରା ଗାଁର ବହିରା ନାଳରେ ଏକ ଘଡିଆଳ କୁମ୍ଭୀର ଦେଖାଦେଇଥିବା ଘଟଣାକୁ ଆଜିକୁ ୯ଦିନ ପୁରିଲା । କୁମ୍ଭୀରଟି ନାଳରେ ବର୍ତମାନ ପର୍ଯ୍ୟନ୍ତ ରହିଥିବା ବଳେ ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏହି ବହିରା ନାଳ ପାଖରେ ମାତ୍ର ୨୦ ମିଟର ଦୂରରେ ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଯେଉଠି କୁନିକୁନି ପିଲାମାନେ ପାଠ ପଢୁଛନ୍ତି ।

ତେବେ ଆଜିକୁ ୯ଦିନ ବିତିଯାଇଥିଲେ ମଧ୍ୟ କୁମ୍ଭୀରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉନଥିବାରୁ ଧିରେ ଧିରେ ଜନ ଅଶୋନ୍ତୋଷ ବଢିବାରେ ଲାଗିଛି । ସେପଟେ ନନ୍ଦନକାନନର ୨ଜଣିଆ ଗବେଷକ ଦଳ ଘଟଣାସ୍ଥଳରେ ପହଂଚି କୁମ୍ଭୀରର ବତିବିଧି ଉପରେ ଲକ୍ଷ ରଖିଥିବା ପ୍ରକାଶ କରିଛନ୍ତି । ଏହାସହ ଏହି କୁମ୍ଭୀରଟି ଶାନ୍ତ ସ୍ବଭାବର ଥିବାରୁ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।

   Related Posts