Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଘଡାଇ ରେସିଡେନ୍ସିଆଲ କଲେଜ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ

10/04/2021 at 11:58 AM

ମାଲକାନଗିରି ୧୦।୪: ମାଲକାନଗିରି ଘଡାଇ ରେସିଡେନ୍ସିଆଲ୍‌ କଲେଜକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କଲେଜରେ ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । କଲେଜରେ ଥିବା ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କର କରୋନା ଟେଷ୍ଟ କରାଯାଉଛି । ଅଧିକ ସଂଖ୍ୟାରେ ପଜିଟିଭ୍ ବାହାରିଲେ କଲେଜ ସମ୍ପୂର୍ଣ୍ଣ ସିଲ୍‌ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେପଟେ ମାଲକାନଗିରି ଠାରୁ ଛତିଶଗଡକୁ ସଂଯୋଜ ହେଉଥିବା ସମସ୍ତ ସିମାକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ବନ୍ଦ ହେଲା ମାଲକାନଗିରି ଠାରୁ ଛତିଶଗଡ ସୁକୁମା, ଜଗଦଲପୁର ଓ ରାୟପୁର ମଧ୍ୟରେ ବସ ଚଳାଚଳ । ଆଜି ଠାରୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ କୌଣସି ବସ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ମାଲକାନଗିରି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏମିତି କି ଆଜି ଠାରୁ ଛତିଶଗଡରୁ ମାଲକାନଗିରି ଫେରୁଥିବା ସମସ୍ତ ଲୋକଙ୍କୁ ବାଧ୍ୟତା ମୂଳକ ଭାବେ ସାତ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏହା ସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଆଉ ଛତିଶଗଡକୁ ଯାଇପାରିବେ ନାହିଁ । ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ କଟକଣା ଜୋରଦାର କରାଯାଇଛି ।  ପଡୋଶୀ ରାଜ୍ୟ ଛତିଶଗଡରେ କରୋନାର ନୁଆ ଟ୍ରେଣ୍ଡ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ସୁକୁମା ମାଲକାନଗିରି ସିମାନ୍ତରେ ଲୋକଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି । ଏହା ସହ ଜିଲ୍ଲା ଭିତରେ ଚଳା ଚଳ କରୁଥିବା ସମସ୍ତ ଲୋକଙ୍କୁ ମାସ୍କ ଲଗାଇବା ବାଧ୍ୟତା ମୁଳକ କରାଯାଇଛି । ଦୋକାନ ବଜାର, ହୋଟେଲ, ରେଷ୍ଟୁରାଣ୍ଟ ଓ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୁରତା ବଜାଇ ରଖିବା ସହ ସାନିଟାଇଜର ବ୍ୟବହାର କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

   Related Posts