ପ୍ରେମିକାଙ୍କ ଭିଡିଓ ଭାଇରାଲ କଲା ପ୍ରେମିକ : ନା ମାନେ ନା

Published By : Prameya-News7 Bureau | July 29, 2018 IST

ପୁଣି ଭାଇରାଲ ହେଲା ଯୁବତୀଙ୍କ ଭିଡିଓ | ପ୍ରେମିକା ଆଉ କାହାକୁ ବାହା ହେବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା | ପ୍ରେମିକା ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ନିଜର ଫେସବୁକ ଆକାଉଣ୍ଟରେ ପୋଷ୍ଟ କଲା ପ୍ରେମିକ | ଯୁବକଙ୍କ ଘର ମୟୁରଭଞ୍ଜ ସୁଳିଆପଡା ସିଙ୍ଗଡ଼ା ଗାଁରେ | ଯୁବତୀ ଜଣକ ମଧ୍ୟ ସେହି ଗାଁର | ଅଭିଯୁକ୍ତ ଯୁବକ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି | କୌଣସି କାରଣରୁ ଯୁବତୀ ଜଣକ ଅନ୍ୟତ୍ର ବିବାହ କରିବାରୁ ଯୁବକ ମାନସିକ ଆଘାତ ପାଇ ଏପରି କରିଥିବା ଜଣାପଡିଛି | ଘଟଣାକୁ ପୁରା ଅଂଚଳରେ ଚର୍ଚ୍ଚା ଜୋର ଧରିଛି | ତେବେ ଘଟଣାକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ କି ପୋଲିସରେ ମଧ୍ୟ ଏନେଇ କୌଣସି ଅଭିଯୋଗ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.