ପ୍ରେମିକାଙ୍କ ପ୍ରତିଶୋଧ ! ପ୍ରେମିକଙ୍କ ୩ଟି ବାଇକ ପୋଡିଦେଲେ ପ୍ରତିଶୋଧ ପରାୟଣ ପ୍ରେମିକା

Published By : Prameya-News7 Bureau | August 05, 2018 IST

ପ୍ରେମିକାଙ୍କ ପ୍ରତିଶୋଧ । ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘରେ ଉନ୍ମତକାଣ୍ଡ ଘଟାଇଛନ୍ତି ଯୁବତୀ ଜଣଙ୍କ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପଙ୍ଗା ଅଞ୍ଚଳର ଘଟଣା । ଦିଲୀପ କୁମାର ନାୟକଙ୍କ ପୁଅଙ୍କର କେ.ନୂଆ ଗାଁ ବ୍ଲକ୍ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲପାଉଥିଲେ । ହେଲେ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା। ଯାହାକୁ ନେଇ ଗତକାଲି ବିଳମ୍ୱିତ ରାତିରେ ଯୁବତୀ ଜଣକ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକକୁ ପୋଡ଼ି ଦେଇଥିଲେ। ଯୁବତୀ ଜଣକ ବାଇକ୍ ପୋଡ଼ି ପଳାଇ ଯାଉଥିବା ବେଳେ ଯୁବକଙ୍କ ପରିବାର ଲୋକେ ଦେଖିଥିବା କହିଛନ୍ତି । ଖବର ପାଇ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଯୁବତୀ ଜଣକ ପ୍ରତିଶୋଧ ପରାୟଣ ହୋଇ ବାଇକ୍ ରେ ନିଆଁ ଲଗାଇ ଦେଇଥିବା ଯୁବକଙ୍କ ପରିବାର ଲୋକେ କହିଛନ୍ତି। ଏନେଇ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.