ପ୍ରେମିକର ଘର ଆଗରେ ପ୍ରେମିକାର ଅନଶନ
11/08/2018 at 9:20 AM

ଅନୁଗୁଳ ୧୧/୮ : ଅନୁଗୁଳ ବାଗଡ଼ିଆରେ ପ୍ରେମିକର ଘର ଆଗରେ ପ୍ରେମିକା କରିଛି ଅନଶନ। ହଣ୍ଡପା ଅଞ୍ଚଳର ଯୁବତୀ ଜଣକ ବାଗଡ଼ିଆ ଅଞ୍ଚଳର ଜଣେ ଯୁବକକୁ ଭଲ ପାଇଥିଲେ। ବିବାହର ପ୍ରତିଶୃତି ମଧ୍ୟ ପାଇଥିଲେ। ପ୍ରେମିକ ମଧ୍ୟ୍ୟ ପ୍ରେମିକାକୁ ଘରକୁ ଆଣି କିଛିଦିନ ରଖିଥିଲା। କିନ୍ତୁ କଣ ହେଲା ହଠାତ ପ୍ରେମିକ ଆଉ ଘର ଲୋକ ଫେରାର ହୋଇଗଲେ। ଫଳରେ ପ୍ରେମିକା ଅନ୍ୟ ଉପାୟ ନ ପାଇ ପ୍ରେମିକର ଘର ଆଗରେ ବସି ରହିଛି । ଛେଣ୍ଡିପଦା ପୋଲିସ ଏ ସମ୍ପକରେ ଖବର ପାଇ ତଦନ୍ତ ଆରମ୍ଭ କରିଛି।