ପ୍ରେମିକାକୁ ମାରି ଟାଙ୍ଗିଦେଲା ପ୍ରେମିକ

Published By : Prameya-News7 Bureau | August 05, 2018 IST

ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଦଳୀବଣରେ । ମୃତକ ହେଉଛନ୍ତି ସଂଯୁକ୍ତା ବେହେରା । ସେ କଦଳୀବଣ ଅଙ୍ଗନବାଡି କେନ୍ଦ୍ରର ଦିଦି ଭାବେ କାର୍ଯ୍ୟ କରୁଥିଲେ । ଗାଁ ନିକଟ ଏକ ବାଉଁଶ ବୁଦାରୁ ମିଳିଛି ଝୁଲନ୍ତା ମୃତଦେହ । ମୃତ ସଂଯୁକ୍ତାଙ୍କ ହାତର ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି । ଗତ ସଂଧ୍ୟାରୁ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ ସଂଯୁକ୍ତା । ପ୍ରେମିକ ହତ୍ୟା କରି ବାଉଁଶ ଗଛରେ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.