Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଭୁବନେଶ୍ୱରର ଏକ ହୋଟେଲ ରୁମରେ ଯୁବତୀଙ୍କୁ ହତ୍ୟା ; ପୁରୁଷ ବନ୍ଧୁ ଫେରାର

24/08/2018 at 12:54 AM

ଭୁବନେଶ୍ୱର ୨୪/୮ : ଭୁବନେଶ୍ୱର ମଂଚେଶ୍ୱର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ଏକ ହୋଟେଲରୁ ଆଜି ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି | ଲୁହା ରଡ଼ କିମ୍ବା ଅନ୍ୟ କୌଣସି ଶକ୍ତ ଅସ୍ତ୍ରରେ ତାଙ୍କୁ ଆଘାତ କରାଯାଇଥିବା ଅନୁମାନ କରାଯାଉଛି | ୨ ଦିନ ତଳେ ଅର୍ଥାତ ୨୨ ତାରିଖ ଦିନ ଜଣେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଏହି ହୋଟେଲରେ ରହିଥିଲେ | ହୋଟେଲ ରେଜିଷ୍ଟରରୁ ଜଣାପଡିଛି ଯୁବତୀଙ୍କ ନାଁ ଲଷ୍ମୀପ୍ରିୟା ଓ ତାଙ୍କ ଘର ଖୋର୍ଦ୍ଧା ନିକଟ ଗୋରଡା ଗ୍ରାମରେ | ସେହିଭଳି ତାଙ୍କ ପୁରୁଷ ବାନ୍ଧୁଙ୍କ ନାଁ ଆଦିତ୍ୟ ମହାପାତ୍ର ଓ ତାଙ୍କ ଘର ପୁରୀ ଦୋଳମଣ୍ଡପ ସାହିରେ | ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଏମାନେ ହୋଟେଲରେ ରହିଥିଲେ | ଯୁବତୀଙ୍କ ମୃତଦେହ ଉଦ୍ଧାର ହେଲା ବେଳକୁ ରୁମରେ ତାଙ୍କ ପୁରୁଷ ବନ୍ଧୁ ଆଦିତ୍ୟ ନଥିଲେ | ମୃତ ଯୁବତୀଙ୍କ ଶବ ଉଦ୍ଧାର କରିବା ସହ ପୋଲିସ ଆଦିତ୍ୟକୁ ଖୋଜୁଛି | ହୋଟେଲର ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି | ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଥିବା ବେଳେ ଏଥିରେ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ପୃକ୍ତି ଥିବା ପୋଲିସ ଆଶଙ୍କା କରୁଛି | ତେବେ ହତ୍ୟା ପଛର କାରଣ ଜଣାପଡିନାହିଁ |

   Related Posts