Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜିବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଯିବାକୁ ପଡିବନି ଫାୟାର ଅଫିସ୍‌, କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର – ୨୦୨୦ ଏପ୍ରିଲ୍‌ ପହିଲାରୁ ସଂପୂର୍ଣ୍ଣ ପ୍ରକ୍ରିୟା ଅନ୍‌ଲାଇନରେ ହେବ

19/11/2019 at 8:42 PM

ଭୁବନେଶ୍ୱର ୧୯।୧୧ – ବିଭିନ୍ନ ବାସଗୃହ ଓ ବିଲ୍‌ଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । ଅଗ୍ନି ସୁରକ୍ଷା ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନ ଅଧିକାର ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏହା କରାଯାଇଛି ।

ଏହି ନୂତନ ନିଷ୍ଠତ୍ତି ଦ୍ଵାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ହୋଇ ପାରିବ । ରାଜ୍ଯ ସରକାର ୫-ଟି ନୀତି ଅନୁଯାୟୀ ମଧ୍ଯ ଏହି ପ୍ରକ୍ରିୟାକୁ ଅଥିକ ସରଳ ଓ ସମୟ ଉପଯାଗୀ କରାଯାଇଛି। ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ପ୍ରମାଣ ପତ୍ର ପ୍ରଦାନ କରିପାରିବେ । ଏହାର ବୈଧତା ୨ ବର୍ଷ ପର୍ଯ୍ୟନ୍ତ । ୨୦୨୦ ଏପ୍ରିଲ ବେଳକୁ ଏହା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍‌ ହେବ । ଏଥିପାଇଁ ବାରମ୍ବାର ଅଗ୍ନିଶମ ବିଭାଗ କିମ୍ବା ଏହାର କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ ।


୧୫ ମିଟରରୁ କମ୍‌ ଉଚ୍ଚତା କୋଠା ପାଇଁ ସର୍କଲ ଡେପୁଟି ଫାୟାର ଅଫିସର , ୧୫ରୁ ୩୫ ମିଟର ପାଇଁ ରେଞ୍ଜ ଅଫିସର୍‌ ୩୫ ମିଟରୁ ଅଧିକ ପାଇ ଚିଫ୍‌ ଫାୟାର ଅଫିସର ପ୍ରମାଣ ପତ୍ର ଦେଇ ପାରିବେ । ଗୋଟିଏ ଆଇସିୟୁ ଥିବା ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପାଇଁ ଆସିଷ୍ଟାଣ୍ଟ ଫାୟର ଅଫିସର ୧୨ ମିଟରୁ ଅଧିକ ଥିଲେ ଡେପୁଟି ଫାୟାର ଅଫିସର ।
୩ ତାରକାରୁ କମ୍‌ ହୋଟେଲ ଓ ଲଜିଂ , ଗେଷ୍ଟ ହାଉସ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରମାଣ ପତ୍ର ଦେଇ ପାରିବେ ।

   Related Posts