ନବୀନ ପୁଣି ସରକାର କରିବେ ନା ବିଜେପିର ମିଶନ-୧୨୦ ସଫଳ ହେବ ? ରାଜ୍ୟ ରାଜନୀତି ସମ୍ପର୍କରେ କ'ଣ କହୁଛି ନୂଆ ପାଞ୍ଜି ଜାଣନ୍ତୁ...

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର ୧୦|୪: ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ । ଏହି ଦିନ ଠାରୁ ଆରମ୍ଭ ହେବ ଓଡ଼ିଆରେ ଆଉ ଏକ ବର୍ଷ ।ଇଂରାଜୀ ନ୍ୟୁୟର ପାଇଁ ବଜାରକୁ ଯେମିତି ବିଭିନ୍ନ ରକମର କ୍ୟାଲେଣ୍ଡର ଆସେ ସେମିତି ଏବେ ବଜାରକୁ ଆସିଲାଣି ବିଭିନ୍ନ ପ୍ରକାରର ପାଞ୍ଜି । ଏହି ଦିନକୁ ମେଷ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ତେବେ ଆସନ୍ତା ବର୍ଷ କଣ ରହିବ ଦେଶ ରାଜ୍ୟନୀତି, ନେତାଙ୍କ ଭାଗ୍ୟ ଭବିଷ୍ୟ, କେମିତି ରହିବ ଆର୍ଥିକ ସ୍ଥିତି ଆଉ ପ୍ରାକୃତିକ ପାଣିପାଗ ତାହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ।

{"id":102110}

ବଜାରକୁ ଆସିଛି ବିଭିନ୍ନ ପାଞ୍ଜି, ଭୃଗୁ ଜ୍ୟୋତିଷ, କୋହିନୂର, ଖଡ଼ିରତ୍ନ ପଞ୍ଜିକା, ଆମପାଞ୍ଜି ଭଳି ପାଞ୍ଜି। ସମସ୍ତ ପାଞ୍ଜିରେ ରାଜ୍ୟ ତଥା ଦେଶର ଭାଗ୍ୟ ଭବିଷ୍ୟକୁ ନେଇ ମତ ରଖିଛନ୍ତି ଜ୍ୟୋତିଷ । ଭୃଗୁ ଜ୍ୟୋତିଷ ଗଣନା ଅନୁସାରେ ଆସନ୍ତା ବର୍ଷରେ ଦେଖାଦେବ ରାଜନୈତିକ ବିବାଦ ।

{"id":102112}

ଦଳଦଳ ମଧ୍ୟରେ ଲାଗି ରହିବ ଉତ୍ତେଜନା ମୂଳକ ସ୍ଥିତି । ଉତ୍ତର ଓ ପୂର୍ବ ଓଡ଼ିଶା ମଧ୍ୟରେ ଲାଗିବ ରାଜନୈତିକ କଳହ । ରାଜ୍ୟରେ ମିଶନ ୧୨୦ପ୍ଲସରେ ଥିବା ବିଜେପିର ଲକ୍ଷ୍ୟ ସଫଳ ହେବନି । କାରଣ ନିର୍ବାଚନ ବୈତରଣୀ ପାର ହୋଇଯିବେ ବିଜେଡି ସୁପ୍ରିମୋ । ତେବେ କେନ୍ଦ୍ରରେ ନିଜର ପତିଆରା ଜାହିର କରିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବର୍ଷଟି କିନ୍ତୁ ସଫଳତା ଆଣିଦେବ ।

{"id":102113}

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରଦର୍ଶନ ମଧ୍ୟ ଶୀର୍ଷ ଛୁଇବ । ତିନି ଛାମୁଆ ନେତାଙ୍କ ଭାଗ୍ୟ ଭବିଷ୍ୟ ସିନା ଉଜ୍ଜଳ ରହିବ । କିନ୍ତୁ ରାଜ୍ୟରେ ମରୁଡ଼ି ସମ୍ଭାବନା ରହିଛି । ବୃଷ୍ଟିପାତରେ ଅନିୟମିତତା ଦେଖା ଦେବା ସହିତ ଜଳାଶୟ ଗୁଡ଼ିକ ଶୁଷ୍କ ହେବାର ଆଶଙ୍କା ମଧ୍ୟ ରହିଛି।

{"id":102114}

ରାଜ୍ୟର ପ୍ରାକୃତିକ ସ୍ଥିତି ଦେଖିଲେ ଆସନ୍ତା ବର୍ଷ ଓଡ଼ିଶା ପାଇଁ ଅନୁକୂଳ ରହିବ ନାହିଁ । ଅକ୍ଟୋବରରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେବାକୁ ଥିବା ବେଳେ ନଭେମ୍ବରରେ ବଡ଼ ଟ୍ରେନ୍ ଦୁର୍ଘଟଣାର ଆଶଙ୍କା କରିଛନ୍ତି ଜ୍ୟତିଷ । ତେବେ ଓଡ଼ିଶା ପାଇଁ ସିନା କିଛି ଶୁଭ ଖବର ନାହିଁ ସିନା । କିନ୍ତୁ କ୍ରୀଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ବିଶ୍ବ ଦରବାରରେ ଓଡ଼ିଆ ଖେଳାଳି ନାଁ କମେଇବାର ସୁଯୋଗ ରହିଛି ।

{"id":102115}

ସେପଟେ ସ୍ବାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିଶେଷ ଉନ୍ନତି ସମ୍ଭାବନା ରହିଛି । ଗ୍ରହ ନକ୍ଷେତ୍ର ଗଣନା କରି ଜ୍ୟତିଷ ଶସ୍ତ୍ରତ ପ୍ରତି ବର୍ଷ ବହୁତ କିଛି ଆକଳନ କରୁଛି । କିନ୍ତୁ ସୁକର୍ମ ପାଇଁ କିଛି କଟି ଯାଉଛି ଆଉ କିଛି ଘଟଣା ଘଟୁଛି । ସେ ଯାହାବି ହେଉ ସମୟ ଆଗରୁ ଓ ଭାଗ୍ୟର ବାହାରେ କିଛି ଘଟିବ ନାହିଁ । ଯାହା ସ୍ଥିର ନିଶ୍ଚିତ ତାହାହିଁ ଅବସମ୍ଭାବୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.