Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା, ଜଣେ ହସ୍ପିଟାଲରେ ଭର୍ତ୍ତି

16/01/2021 at 10:37 PM

ନୂଆଦିଲ୍ଲୀ ୧୬/୦୧: ଜାନୁଆରୀ ୧୬ ଅର୍ଥାତ ଆଜିଠୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଭ୍ୟାକ୍ସିନେସନ୍‌ର ପ୍ରଥମ ଦିନରେ ୧.୯୧ ଲକ୍ଷ ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରୁ କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଜନିତ ୫୧ଟି ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରେ ପ୍ରଥମ ଦିନରେ ୪୩୧୯ ଜଣଙ୍କୁ କରୋନା ଟିକା ଦିଆଯାଇଛ।

ଭ୍ୟାକ୍‌ସିନ୍‌ର ହାଲକା ସାଇଡ୍‌ ଇଫେକ୍ଟ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ ଅଧିକ ଦେଖିବାକୁ ମିଳିଛି। ଦୁଇ ଅଞ୍ଚଳରେ ୧୧ ମାମଲା ସାମ୍ନାକୁ ଆସିଛି। ସେପଟେ ଚରକ ପାଳିକା ହସ୍ପିଟାଲର ଦୁଇ ଜଣ ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି। ଟିକା ନେବା ପରେ ସେମାନଙ୍କ ଛାତିରେ ଯନ୍ତ୍ରଣା ​‌ହୋଇଥିଲା। ଏବେ ସେମାନଙ୍କୁ ଏଇଏଫଆଇ ତତ୍ବାବଧାନରେ ରଖାଯାଇଥିଲା । ସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି।

ତେବେ ଟିକାକରଣ ପ୍ରଥମ ଦିନରେ ଲାଭାର୍ଥୀଙ୍କ ଲିଷ୍ଟରେ ଗଡ଼ବଡ଼ ହୋଇଥିଲା। ବିଭିନ୍ନ ସ୍ଥାନରେ ଶନିବାର ଦିନ ନାମାଙ୍କନ ହୋଇନଥିବା ଲାଭାର୍ଥୀଙ୍କୁ ଆଜି ଟିକା ଦିଆଯାଇଛି। ପ୍ରଥମ ଦିନରେ ୧୬୭୫୫ ଜଣ ଭ୍ୟାକ୍ସିନେଟର ଥିବା ବେଳେ ଟିକା ୧ ଲକ୍ଷ ୯୧ ହଜାରରୁ ଅଧିକ ଲୋକଙ୍କୁ ଦିଆଯାଇଛି।

   Related Posts